ଦେଶ

ପନ୍ନୁନ୍‌ ହତ୍ୟା ଷଡ଼ଯନ୍ତ୍ର ପ୍ରସଙ୍ଗ; ଯଦି ଆମ ନାଗରିକ କିଛି ଭୁଲ୍‌ କରିଥିବେ ଆମେ ତଦନ୍ତ କରିବୁ : ପ୍ରଧାନମନ୍ତ୍ରୀ – Ibnodisha

[ad_1]

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁନଙ୍କୁ ହତ୍ୟା କରାଯିବା ଷଡ଼ଯନ୍ତ୍ରରେ ଭାରତୀୟ ନାଗରିକଙ୍କ ସମ୍ପୃକ୍ତି ଅଛି ବୋଲି ଆମେରିକା କରୁଥିବା ଦାବି ପ୍ରସଙ୍ଗରେ ଆଜି ପ୍ରଥମ କରି ବିବୃତି ଦେଇ ପ୍ରଧାନମନ୍ତ୍ରୀ କହିଲେ କି, ଆମେ ଘଟଣାର ତଦନ୍ତ କରିବୁ।ଇଂଲଣ୍ଡ୍‌ର ସମ୍ବାଦପତ୍ର ‘ଦି ଫାଇନାନ୍‌ସିଆଲ୍‌ ଟାଇମ୍‌ସ୍‌’ ସହିତ ସାକ୍ଷାତ୍‌କାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତକୁ ଯଦି କୌଣସି ପ୍ରମାଣ ମିଳେ ତାହା ଉପରେ ତଦନ୍ତ କରାଯିବ। ଏଭଳି ଘଟଣା ଲାଗି ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହେବ ନାହିଁ।ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ଆମକୁ କେହି କୌଣସି ସୂଚନା ଦିଏ, ତେବେ ଆମେ ନିଶ୍ଚୟ ତଦନ୍ତ କରିବୁ। ଯଦି ଆମର କୌଣସି ନାଗରିକ କିଛି ଭଲ ଅଥବା ମନ୍ଦ କରି ଥାଆନ୍ତି, ଆମେ ସେ ଘଟଣାର ତଦନ୍ତ କରିବାକୁ ପ୍ରସ୍ତୁତ ଅଛୁ। ଆଇନର ଶାସନ ପ୍ରତି ଆମର ପ୍ରତିବଦ୍ଧତା ରହିଛି।ସୂଚନାଯୋଗ୍ୟ, ପୁନ୍ନୁନ୍‌ଙ୍କୁ ହତ୍ୟା କରିବା ଲାଗି କରାଯାଇଥିବା ଷଡ଼ଯନ୍ତ୍ରରେ ସମ୍ପୃକ୍ତି ରହିଛି କହି ଗତ ମାସରେ ଆମେରିକାର ବିଚାର ବିଭାଗ ନିଖିଳ ଗୁପ୍ତା ନାମରେ ଜଣେ ୫୨ ବର୍ଷିୟ ଭାରତୀୟ ନାଗରିକଙ୍କ ନାମରେ ଅଭିଯୋଗ କରିଥିଲା। ଏହି ଷଡ଼ଯନ୍ତ୍ରରେ ଗୁପ୍ତା ଭାରତ ସରକାରଙ୍କ ଗୁଇନ୍ଦା ଏଜେନ୍‌ସିର ଜଣେ କର୍ମଚାରୀଙ୍କ ସହିତ ସାମିଲ ହୋଇଥିଲେ ଆମେରିକା କହିଥିଲା।ବିଦେଶରେ ଥିବା ଉଗ୍ରବାଦୀ ସଙ୍ଗଠନଗୁଡ଼ିକର କାର୍ଯ୍ୟକଳାପ ଉପରେ ଭୀଷଣ ଚିନ୍ତା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାକ୍‌ସ୍ବାଧୀନତା ଆଳରେ ସେମାନେ ଭୟବହ ବାତାବରଣ ସୃଷ୍ଟି କରି ହିଂସା ଉଦ୍ରେକ କରାଉଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button