ରାଜ୍ୟ

ବିକ୍ରି ହେଉଛି ନିନ୍ମ ମାନର ଖାଦ୍ୟ, ଆରଏମସି ର ଚଢ଼ାଉ କେବେ ? – Ibnodisha

[ad_1]

ରାଉରକେଲା : ହଇଜା ରୂପ ନେଇ ଝାଡା ବାନ୍ତି ରେ ୫ ଜଣ ମରି ସାରିଲେଣି, ଏବେ ମଧ୍ୟ ସ୍ଥାନୀୟ ପ୍ରଶାସନ ର ଚେତା ପଶୁନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରାଉରକେଲା ସହର ରେ ଷ୍ଟେସନ, ବସ ଷ୍ଟାଣ୍ଡ ଓ ସହରର ଅନ୍ୟ ଅଂଚଳକୁ ମିଶାଇଲେ ରହିଛି ୫୦୦ରୁ ଅଧିକ ଠେଲା। ଏହି ସବୁ ଉଠା ଦୋକାନରେ ରାତି ପାହିବା ଠାରୁ ସଞ୍ଜ ନଇଁ ବା ଯାଏ ଠେଲାରେ ତେଲରେ ଛଣା ବରା, ଜିଲିପି, ସିଙ୍ଗଡ଼ା, ଆଲୁଚପ ଲୋକଙ୍କୁ ପରିବେଷଣ କରାଯାଉଛି, ଯାହାର ମାନ ଅତି ଖରାପ। ଏସବୁ ପେଟକୁ ନେଲେ ବେମାର ପଡିବା ଥୟ। ଏପଟେ ଝାଡା ବାନ୍ତି ରେ ୫୦୦ରୁ ଅଧିକ ଲୋକ ରାଉରକେଲା ସରକାରୀ ହସ୍ପିଟାଲ ରେ ଭତ୍ରୀ ହୋଇ ସାରିଲେଣି, ତଥାପି ପୌର ନିଗମ ର ନିଦ ଭାଙ୍ଗୁନି। ଏକଥା ଆମେ କହୁନୁ, ଲୋକେ କହୁଛନ୍ତି। ଖାଲି ଠେଲା ଦୋକାନ ନୁହେଁ, ସହରରେ ଥିବା କିଛି ହୋଟେଲ ରେ ଦିଆ ଯାଉଥିବା ଖାଦ୍ୟ ମଧ୍ୟ ସ୍ୱାସ୍ଥ୍ୟ ଲାଗି ହିତକର ନୁହେଁ ବୋଲି ରାଉରକେଲା ର କିଛି ଡାକ୍ତର ମତ ରଖିଛନ୍ତି। ଏବେ ଦେଖି ଵାକୁ ବାକି ରହିଲା ନିନ୍ମ ମାନର ଖାଦ୍ୟ ଉପରେ ପ୍ରଶାସନ ଲଗାମ କଷୁଚି କେବେ ?

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button