ଦେଶ

ଜଙ୍ଘ ଚର୍ବିକୁ ନେଇ ଚିନ୍ତିତ ଅଛନ୍ତି କି ? ଏହି ଯୋଗାସନ କରି ଜଙ୍ଘ ଚର୍ବି କରନ୍ତୁ ଗାଏବ

ଶରୀରରେ କୌଣସି ଅଙ୍ଗରେ ଜମା ହୋଇଥିବା ଅତିରିକ୍ତ ଚର୍ବି ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ। କେବଳ ଏତିକି ନୁହେଁ, ଏହା ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ। ଏମିତି ହିଁ ଚର୍ବି ଜମିଥାଏ ଜଙ୍ଘରେ। ଜଙ୍ଘରେ ଜମିଥିବା ଚର୍ବି ଯୋଗୁଁ ବସିବା ଉଠିବାରେ ଅସୁବିଧା ହୋଇଥାଏ। ଏମିତରେ ଆଜି ଆପଣଙ୍କୁ ଏପରି ବ୍ୟାୟାମ ବିଷୟରେ କହିବୁ , ଯାହା ଆପଣଙ୍କ ଜଙ୍ଘର ଚର୍ବି କମ୍‌ କରିବାରେ ସହାୟକ ହେବ। ତେବେ ଆସନ୍ତୁ ଜାଣିବା କିପରି କରିବେ ଏପରି ବ୍ୟାୟାମ….

squat

ସ୍କ୍ଵାଟ :

ସ୍କ୍ଵାଟ କରିବା ଯୋଗୁଁ ଜଙ୍ଘର ଚର୍ବି କମ୍‌ ହୋଇଥାଏ। ଏହାକୁ କରିବା ପାଇଁ ଆପଣ ଦୁଇ ଗୋଡକୁ ଏକାଠି ଯୋଡି ଶରୀରକୁ ଚେୟୋରରେ ବସିବା ଭଳି ମୁଦ୍ରାରେ ରୁହନ୍ତୁ। ଏପାରେ ନିଜର ହାତକୁ ଏକଦମ୍‌ ସିଧା କରି ଧୀରେ ଧୀରେ ଉପରକୁ ଉଠନ୍ତୁ। ଏବଂ ତଳକୁ ବସନ୍ତୁ। ଏପରି ବାରମ୍ବାର କରନ୍ତୁ। ନିଜ ହିସାବରେ ଏପରି ବ୍ୟାୟାମ କରନ୍ତୁ। ନିୟମିତ ରୂପରେ ଏପରି ବ୍ୟାୟାମ କରିବା ଦ୍ୱାରା ଜଙ୍ଘ ଏବଂ ପେଟରେ ଜମିଥିବା ଅତିରିକ୍ତ ଚର୍ବି କମ୍‌ ହୋଇଥାଏ।

yogasana

ଆନନ୍ଦ ବାଲାସନ :

ଏହି ଆସନକୁ କରିବା ପାଇଁ ପ୍ରଥମେ ତଳେ ସିଧା ଭାବେ ଶୋଇପଡନ୍ତୁ। ଏହାପରେ ଆଣ୍ଠୁକୁ ଉପରକୁ ଆଣ ଧୀରେ ଧୀରେ ମୋଡନ୍ତୁ। ଆଣ୍ଠୁକୁ ପେଟ ପାଖରେ ଲଗାଇ ଗୋଡ ଆଙ୍ଗୁଠିକୁ ଧରନ୍ତି। ଏପରି ମୁଦ୍ରାରେ କିଛି ସମୟ ରୁହନ୍ତୁ। ଧୀରେ ଧୀରେ ସାମାନ୍ୟ ସ୍ଥିତିରେ ଆସିଯାଆନ୍ତୁ। ପ୍ରତିଦିନ ସକାଳେ ଏହି ଆସନ କରିବା ଦ୍ୱାରା ପେଟ, ଜଙ୍ଘ ଏବଂ ଅତିରିକ୍ତ ଚର୍ବି କମିଯାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button