ମନୋରଞ୍ଜନ

ଗଣପତି ଚତୁର୍ଥୀରେ ଗଣପତିଙ୍କୁ ଲଗାନ୍ତୁ ପନୀର ଲଡୁ ଭୋଗ, ହୋଇଯିବେ ଏକଦମ୍‌ ପ୍ରସନ୍ନ

ଆଜି ଅଗ୍ରପୂଜ୍ୟ ଗଣପତିଙ୍କର ଜନ୍ମୋତ୍ସବକୁ ସାରା ଦେଶ ପାଳନ କରୁଛି। କରୋନା କଟକଣାକୁ ମାନି ଆଜି ଦେଶ ପାଳୁଛି ଗଣେଶ ପୂଜା। ଆଜି ଗଣପତିଙ୍କୁ ପ୍ରସାଦ ଚଢ଼ାଯାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ପନୀର ଲଡୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୨୦୦ ଗ୍ରାମ ପନୀର, ୧୦୦ ଗ୍ରାମ ନଡିଆ କୋରା, ୨ ଚାମଚ ଅଖରୋଟ, ୨ ଟେବୁଲ ଚାମଚ ପିସ୍ତା, ଦୁଇ ଚାମଚ ବାଦାମ, ୧୦ଟି କିସମିସ, ୮ଟି ଗୁଣ୍ଡ ହୋଇଥିବା ଅଳେଇଚ, ୧୦୦ ଗ୍ରାମ କ୍ଷୀର, ୫୦୦ ଗ୍ରାମ ଚିନି, ଖୁଆ।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ପନୀରକୁ କଦ୍ଦୁକସ ବା କୋରି ଦିଅନ୍ତୁ। ଏହାପରେ ଏକ କଡାରେ ଚିନି, ପନୀର ଏବଂ ନଡିଆ ତେଲ ପକାଇ ସେଥିରେ କ୍ଷୀର ଢ଼ାଲନ୍ତୁ। ଏହାପରେ ଏହାକୁ ଧୀମା ଆଞ୍ଚରେ ରଖି ଧୀରେ ଧୀରେ ଚାମଚରେ ଚଲାନ୍ତୁ। ମିଶ୍ରଣ ଗାଢ଼ା ହୋଇଗଲେ ସେଥିରେ କିସମିସ, ବାଦାମ, ପିସ୍ତା ଏବଂ ଅଖରୋଟ ପକାଇ ମିଶାଇ ଦିଅନ୍ତୁ। ଏବେ ଅଳେଇଚ ଗୁଣ୍ଡକୁ ମିଶାଇ ଦିଅନ୍ତୁ। ଏହାପରେ ଏହାକୁ ଲଗାତର ଭାବରେ ଚଲାନ୍ତୁ। ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ମିଶ୍ରଣକୁ ଅଳ୍ପ ଅଳ୍ପ କରି ଥଣ୍ଡା କରିଦିଅନ୍ତୁ। ଏହାପରେ ନିଜ ହାତରେ ଗୋଲ ଗୋଲ କରି ପନୀର ଲଡୁ ତିଆରି କରନ୍ତୁ। ଏହାପରେ ଏହାକୁ କାଟି ରଖିଥିବା ଖୁଆରେ ସଜାଇ ଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button