IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପିଲାଙ୍କୁ ଚୁମ୍ବନ କରିବା ପୂର୍ବରୁ ଜାଣିରଖନ୍ତୁ ଏହିସବୁ କଥା, ନଚେତ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପଡିବ ଖରାପ ପ୍ରଭାବ

ଛୋଟ ପିଲା ସମସ୍ତଙ୍କୁ ଭଲ ଲାଗନ୍ତି। ସେମାନଙ୍କୁ ଦେଖିବା ମାତ୍ରେ ଗେଲ କିମ୍ବା କିସ୍‌ କରିବାକୁ ଇଚ୍ଛା ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଆପଣଙ୍କର ଏପରି ଭଲପାଇବାର ଶୈଳୀ ପିଲାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ପିଲାଙ୍କୁ ଚୁମ୍ବନ କରିବା ଅନେକ ସମସ୍ୟା ଆଣିପାରେ। ତେବେ ଆସନ୍ତୁ ଜାଣିବା, ପିଲାଙ୍କୁ ଚୁମ୍ବନ କରିବା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପକାଇଥାଏ।

ମୁହଁ ଲାଲ ପଡିଯିବା : ପିଲାଙ୍କୁ କିସ୍‌ କରିବା ଦ୍ୱାରା ସେମାନଙ୍କ ତ୍ୱଚା ଲାଲ ପଡିଯାଏ। ଏହାର କାରଣ ହର୍ପିସ ସିପ୍ଲେକ୍ସନ ଭାଇରସ ଯୋଗୁଁ ହୋଇଥାଏ। ଏହାଯୋଗୁଁ ମୁହଁ କିମ୍ବା ଓଠ ପାଖରେ ଛୋଟ ଛୋଟ ଗୋଲ ଆକାରର ଚିହ୍ନ ହୋଇଯାଏ। ଯାହା ପରେ ତ୍ୱଚାର ଅଲଗା ଭାଗକୁ ମଧ୍ୟ ସଂକ୍ରମିତ ହୋଇଥାଏ। ନାକ, ଗାଲ ଏବଂ ଓଠ ପ୍ରଭୃତି ଅଙ୍ଗରେ ବ୍ୟାପିଥାଏ।

44

ଦାନ୍ତ ପୋକ ଲାଗିବା : ପିଲାଙ୍କୁ କିସ୍‌ କରିବା ଫଳରେ ଦାନ୍ତ ସମସ୍ୟା ଦେଖାଦିଏ। ପିଲାଙ୍କୁ କିସ୍‌ କରିବା ସମୟରେ ପାଟିରେ ଲାଳ ଉତ୍ପନ୍ନ ହୁଏ ଏବଂ ଏଥିରେ ଥିବା ଷ୍ଟପୋକୋକସ ମ୍ୟୁଟନ ନାମକ ବ୍ୟାକ୍ଟେରିଆ ପିଲାଙ୍କ ଦାନ୍ତକୁ ଖରାପ କରିଦିଏ।

ଇମ୍ୟୁନ ସିଷ୍ଟମ ଦୁର୍ବଳ କରିଦିଏ : ପିଲାଙ୍କୁ ଚୁମ୍ବନ କରିବା ଦ୍ୱାରା ଇମ୍ୟୁନ ସିଷ୍ଟମ ଦୁର୍ବଳ ହୋଇଯାଏ। ଆପଣ କିସ୍‌ କରିବା ଫଳରେ ପିଲାଙ୍କ ଶରୀରକୁ କୀଟାଣୁ ପ୍ରବେଶ କରିପାରେ, ଯାହା ଯୋଗୁଁ ଏଭଳି ସମସ୍ୟା ଦେଖାଦିଏ।

baby

ଫୁଡ ଆଲର୍ଜି : ଶିଶୁକୁ ଚୁମ୍ବନ କରିବା ଦ୍ୱାରା ଫୁଡ ଆଲର୍ଜି ମଧ୍ୟ ହୋଇପାରେ। ଯଦି ଆପଣ ଓଠରେ ଲିପିଷ୍ଟିକ ଲଗାଇ ପିଲାଙ୍କୁ କିସ୍‌ କରନ୍ତି ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button