IBN ଓଡ଼ିଶା ବ୍ୟୁରୋ

ଗଣେଶଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ଘରେ ବନାନ୍ତୁ ଗଜାନନଙ୍କ ପ୍ରିୟ ମୋଦକ

ଭଗବାନ ଗଣେଶଙ୍କର ପ୍ରିୟ ହେଉଛି ମୋଦକ। ଏବେର କରୋନା ମହାମାରୀ ସମୟରେ ଆପଣ ବଜାରରୁ ମିଠା କିଣିବା ଅପେକ୍ଷା ଘରେ ବଜାର ଭଳି ମିଠା ବନାଇପାରିବେ। ଆପଣ ଗଣେଶଙ୍କ ପ୍ରିୟ ପାତ୍ର ହେବାକୁ ଚାହୁଁଥିଲେ ମୋଦକ ଭୋଗ ଲଗାଇପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

୧୫୦ ଗ୍ରାମ ନଡିଆ କୋରା, ୨୫୦ ଗ୍ରାମ ମଇଦା, ୨୫୦ ଗ୍ରାମ ଚିନି ପାଉଡର, ୧ ଚାମଚ ଅଳେଇଚ ପାଉଡର, କାଜୁ ଏବଂ ବାଦାମ, କିସମିସ୍, ତେଲ ଏବଂ ଘିଅ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ମଇଦାରେ ଘିଅ ପକାଇ ଚକଟନ୍ତୁ। ଏହାପରେ କୋରା ଯାଇଥିବା ନଡ଼ିଆ, ଚିନି ପାଉଡର, ଅଳେଇଚ, କାଜୁ ବାଦାମ ଏବଂ କିସମିସକୁ ମିଶ୍ରଣ କରନ୍ତୁ। ଏହାପରେ ଚକଟା ଯାଇଥିବା ମଇଦାରେ ଛୋଟ ଛୋଟ ଗୁଳା କରି ତାହା ମଝିରେ ଅଳ୍ପ ପୁର ଭର୍ତ୍ତି କରନ୍ତୁ। ଏହାପରେ କଡେଇରେ ତେଲ ଗରମ କରି ଧୀମା ଆଞ୍ଚରେ ବନାଇ ରଖିଥିବା ମୋଦକକୁ ପକାନ୍ତୁ। ଏହାପରେ ମୋଦକକୁ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ପ୍ରସ୍ତୁତ ହୋଇଯାଇଛି ଗଣେଶଙ୍କ ପ୍ରିୟ ମୋଦକ। ଆପଣ ଭଗବାନ ଗଣେଶଙ୍କୁ ଭୋଗ ଲଗାଇ ତାଙ୍କ ଆଶୀର୍ବାଦ ପାଇପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button