ମନୋରଞ୍ଜନ

କେବେ ପ୍ରସ୍ତୁତ କରିଛନ୍ତି କି ‘ଚିକେନ ସାହି କୋରମା’, ଆଜି ହିଁ ପ୍ରସ୍ତୁତ କରନ୍ତୁ

ଚିକେନରେ ଆପଣମାନେ ଅନେକ ପ୍ରକାର ଟେଷ୍ଟି ଖାଦ୍ୟ ତିଆରି କରି ଖାଇଥିବେ। ଚିକେନରେ ଚିକେନ ପକୋଡା, ଚିକେନ ତରକାରୀ, ଚିକେନ କଷା ଇତ୍ୟାଦି କରି ଖାଇଥିବେ। ଏହାଛଡା ହୋଟେଲରେ ଆପଣ ଚିକେନରେ ପ୍ରସ୍ତୁତ ଅନେକ ପ୍ରକାର ବ୍ୟଞ୍ଜନ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ନୂଆ ଡିସ୍‌ ବିଷୟରେ ଜଣାଇବୁ , ଯାହା ଆପଣ ଟ୍ରାଏ କଲେ ଆଙ୍ଗୁଠି ନିଶ୍ଚିତ ଚାଟିରହିବେ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଚିକେନ ସାହି କୋରମା..

ଆବଶ୍ୟକ ସାମଗ୍ରୀ :

ବୋନଲେସ ଚିକେନ: ୫୦୦ ଗ୍ରାମ, କଟା ପିଆଜ- ୩ଟା, ହଳଦୀ ଗୁଣ୍ଡ-୧ ଚାମଚ, ଧନିଆ ଗୁଣ୍ଡ-୧ ଚାମଚ, ଲଙ୍କାଗୁଣ୍ଡ-୧ ଚାମଚ, କଟା ଅଦା-ଛୋଟ ଖଣ୍ଡେ, କଟା ରସୁଣ-୮ଟା, ଦହି -୧ କପ, ଗରମ ମସଲା-ଅଧା ଚାମଚ, କଟା ଆଲମଣ୍ଡ-୫ଟା, କଟା ଆଳୁ-୧୦ଟା, ଲେମ୍ବୁରସ-୨ ଚାମଚ, ଧନିଆ ପତ୍ର-୨ ଚାମଚ, ଲୁଣ ଆବଶ୍ୟକ ଅନୁସାରେ, ବଟର ବା ଘିଅ ଆବଶ୍ୟକ ଅନୁଯାୟୀ ।

chicken

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ । ସେଥିରେ ଦହି, ହଳଦୀଗୁଣ୍ଡ ଓ ଲୁଣ ଗୋଳାଇ ତାକୁ ଅଧଘଣ୍ଟା ପର୍ଯ୍ୟନ୍ତ ମାରିନେଟ୍ ହେବାକୁ ଛାଡ଼ି ଦିଅନ୍ତୁ । ଗ୍ୟାସରେ କଡ଼େଇ ବସାଇ ଘିଅକୁ ଢ଼ାଳି ଦିଅନ୍ତୁ । ଘିଅ ଗରମ ହୋଇଗଲେ କଟା ପିଆଜ, କଟା ଅଦା ଓ କଟା ରସୁଣ ପକାଇ ଭାଜନ୍ତୁ । ପିଆଜ ହାଲୁକା ଭାବେ ଲାଲ ହୋଇଆସିଲେ ସେଥିରେ ଲଙ୍କାଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ଭଲ ଭାବେ କଷି ଦିଅନ୍ତୁ । ତା’ପରେ ସେଥିରେ ଚିକେନ ପକାଇ କିଛି ସମୟ କଷନ୍ତୁ । ଚିକେନ କଷି ହୋଇ ଆସିଲେ ସେଥିରେ ଦୁଇ କପ୍ ପାଣି ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ । ଝୋଳ ବହଳିଆ ହୋଇ ଆସିଲେ ସେଥିରେ ଗରମ ମସଲା ଓ ଲୁଣ ପକାଇ ଗୋଳାନ୍ତୁ । କଟା ଆଲମଣ୍ଡ, କଟା ଆଳୁ ଓ ଲେମ୍ବୁରସ ପକାଇ ଚିକେନକୁ ଭଲ ଭାବେ ଗୋଳାଇ ଦିଅନ୍ତୁ । ତା’ପରେ ଗ୍ୟାସ ବନ୍ଦ କରି ଚିକେନକୁ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ସେଥିରେ ଧନିଆ ପତ୍ର ସଜେଇ ଗରମ ଗରମ ପରଷନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button