IBN ଓଡ଼ିଶା ଏକ୍ସକ୍ଲୁସିଭ୍

ହାତରେ ଥିବା କଳାଜାଇରୁ ଜାଣନ୍ତୁ ଜୀବନ ସହ ଜଡିତ କିଛି ରାଜ୍

ସାମୁଦ୍ରିକ ଶାସ୍ତ୍ରରେ ଶରୀରର ଥିବା କଳାଜାଇରୁ ଜାଣିହେବ ବ୍ଯକ୍ତିଙ୍କ ସ୍ବଭାବ କିପରି। ସାମୁଦ୍ରିକ ଶାସ୍ତ୍ରର ରଚୟିତା ହେଉଛନ୍ତି ଋଷି ସମୁଦ୍ର। ଏହିକାରଣରୁ ଏହି ଶାସ୍ତ୍ରକୁ ସମୁଦ୍ର ଶାସ୍ତ୍ର ମଧ୍ଯ କୁହାଯାଇଥାଏ । ସମୁଦ୍ର ଶାସ୍ତ୍ର ଅନୁଯାୟୀ ଶରୀରରେ ହୋଇଥିବା କଳା ଏବଂ ନାଲି ରଙ୍ଗର କଳାଜାଇର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ହାତରେ କଳାଜାଇର ଅର୍ଥ କ’ଣ?

-ଯେଉଁ ୧ବ୍ଯକ୍ତିଙ୍କ ବୁଢା ଆଙ୍ଗୁଳିରେ କଳାଜାଇ ହୋଇଥାଏ, ସେହି ବ୍ଯକ୍ତି କୌଣସି ବି କାର୍ଯ୍ଯକୁ ଅତ୍ଯନ୍ତ ନିପୁଣତାର ସହ ସମାପ୍ତ କରିଥାନ୍ତି। ଏଭଳି ବ୍ଯକ୍ତି ପ୍ରତ୍ଯେକ ପରିସ୍ଥିତିରେ ନ୍ଯାୟର ରାସ୍ତା ବାଛିଥାନ୍ତି। ଏଭଳି ବ୍ଯକ୍ତିମାନେ ପ୍ରତ୍ଯେକ ପରିସ୍ଥିତିରେ ଠିକ୍ ଏବଂ ଭୁଲ୍ ର ନିଷ୍ପତି ନେଇପାରନ୍ତି। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ଯକ୍ତିଙ୍କ ତର୍ଜନୀ ଆଙ୍ଗୁଳି ଅର୍ଥାତ ବୁଢା ଆଙ୍ଗୁଳି ପାଖ ଆଙ୍ଗୁଳିରେ କଳାଜାଇ ହୋଇଥାଏ ସେହି ବ୍ଯକ୍ତିମାନେ ଶତ୍ରୁ ଠାରୁ ହାରିଥାନ୍ତି। କିନ୍ତୁ ଏଭଳି ଲୋକମାନଙ୍କ ପାଖରେ ସମୟର ପରିବର୍ତ୍ତନ ସହ ଧନ ବାରମ୍ବାର ବଢିଥାଏ।

-ମଧ୍ଯମା ଆଙ୍ଗୁଳିରେ କଳାଜାଇ ହେବା ଦ୍ବାରା ବ୍ଯକ୍ତିଙ୍କ ଜୀବନରେ ଅନେକ ସୁଖ ପ୍ରାପ୍ତି ହୋଇଥାଏ। ଏଭଳି ବ୍ଯକ୍ତିମାନଙ୍କୁ ଶୁକ୍ର ଗ୍ରହର ବିଶେଷ କୃପା ମିଳିଥାଏ, ଯାହାର ପ୍ରଭାବରେ ବ୍ଯକ୍ତିଙ୍କ ଜୀବନ ଶାନ୍ତ ଏବଂ ସମ୍ଦ୍ଧିରେ ପରିପୂର୍ଣ୍ଣ ହୋଇଥାଏ।

-ଅନାମିକା ଅର୍ଥାତ ପରି ଆଙ୍ଗୁଳିରେ କଳାଜାଇ ହେବା ଦ୍ବାରା ବ୍ଯକ୍ତି ଜ୍ଞାନି ହୋଇଥାନ୍ତି। ଏହି ଆଙ୍ଗୁଳିରେ କଳାଜାଇ ଥିବା ବ୍ଯକ୍ତିମାନଙ୍କୁ ସମାଜରେ ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ।

-ସମୁଦ୍ର ଶାସ୍ତ୍ର ଅନୁଯାୟୀ କନିଷ୍ଠ ଅର୍ଥାତ ସବୁଠାରୁ ଛୋଟ ଆଙ୍ଗୁଳିରେ କଳାଜାଇ ହେବା ଦ୍ବାରା ବ୍ଯକ୍ତି ଜୀବନରେ ଦୁଃଖ ଆସିଥାଏ। ଏଭଳି ବ୍ଯକ୍ତିମାନଙ୍କୁ ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। କିନ୍ତୁ ଏହି ବ୍ଯକ୍ତିମାନେ ଧନବାନ ମଧ୍ଯ ହୋଇଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button