ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏହି ଡ୍ରିଙ୍କ, ମିଳିବ ଏହି ପାଞ୍ଚ ଜବରଦସ୍ତ ଫାଇଦା

ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଓ ସମସ୍ତ ରୋଗ ଠାରୁ ଦୁରେଇ ରଖିବାକୁ ଚାହୁଁଥିଲେ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବା ନିହାତି ଆବଶ୍ୟକ । ଯଦି ପ୍ରତିଦିନ ଏକ ସୁସ୍ଥ ଡାଏଟ ଚାଟ ଅବଲମ୍ବନ କରାଯାଏ ତେବେ ଆମ ଶରୀର ସୁସ୍ଥ ରହିବା ସହ ସୁଗଠିତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଡ୍ରିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାକୁ ନିୟମିତ ଭବେ ରାତ୍ରି ସମୟରେ ସେବନ କଲେ ଆମ ଓଜନ ନିୟନ୍ତ୍ରଣରେ ରହିବା ସହିତ ଦିନ ତମାମ ଶରୀରକୁ ଫୁର୍ତ୍ତି ମିଳିପାରିବ । ଆଉ ସବୁଠୁ ଖାସ କଥା ହେଉଛି ଏହାର ପ୍ରସ୍ତୁତିରେ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ କି ବିଶେଷ କଷ୍ଟ କରିବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣି ରଖିବା ଏହାର ପ୍ରସ୍ତୁତି ପ୍ରଣାଳୀ ।
୧. ଆପଲ ସାଇଡ଼ର ଭିନେଗାର
୨. ଉଷୁମ ପାଣି
ପ୍ରସ୍ତୁତି ପ୍ରଣାଳୀ:
ରାତ୍ରି ଭୋଜନ କରିସାରିବାର କିଛି ସମୟ ପରେ ଗୋଟେ ଗ୍ଲାସ ପାଣିରେ ଦୁଇ ରୁ ତିନି ଚାମଚ ଆପଲ ସାଇଡ଼ର ଭିନେଗାର ମିଶେଇ ଦିଅନ୍ତୁ । ଏହାକୁ ପିଇ ଦିଅନ୍ତୁ । ପ୍ରତିଦିନ ଏହାକୁ ସେବନ କଲେ ଶରୀରକୁ କଣ କଣ ଫାଇଦା ହୋଇଥାଏ ଆସନ୍ତୁ ଜାଣି ରଖିବା ।
ପାଚନ କ୍ରିୟା ମଜବୁତ ହୁଏ:
ଶରୀରର ପାଚନ କ୍ରିୟାକୁ ଠିକ କରିବା ପାଇଁ ଆପଲ ସାଇଡ଼ର ଭିନେଗାର ଏକ ମହୋଷଧି ସଦୃଶ କାମ କରେ । ତେଣୁ ରାତ୍ରି ଭୋଜନ ପରେ ପିଇଲେ ଖାଦ୍ୟ ଭଲ ଭାବରେ ହଜମ ହୋଇପାରେ ।
ଓଜନ ନିୟନ୍ତ୍ରଣ କରେ:
ଓଜନ ନିୟନ୍ତ୍ରଣରେ ବି ଆପଲ ସାଇଡ଼ର ଭିନେଗାର ଖୁବ ଲଭଦାୟୀ ହୋଇଥାଏ । ବୈଜ୍ଞାନିକଙ୍କ ଅନୁଯାୟୀ ଆପଲ ସାଇଡ଼ର ଭିନେଗାର ଏକ ଉତ୍ତମ ଫ୍ୟାଟ ବର୍ଣ୍ଣର ଭାବେ କାମ କରେ । ଏଣୁ ଯେଉଁମାନେ ମେଦ ବହୁଳତାର ଶିକାର ହୋଇଥାନ୍ତି ସେମାନେ ନିଶ୍ଚିତ ଗ୍ରହଣ କରିବା ଉଚିତ ।
ଦାଗ, ବ୍ରଣ ଆଦି ଦୂର କରେ:
ଆଜିକା ସମୟରେ ଛୋଟରୁ ବୁଢା ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କ ଠାରେ ବ୍ରଣ ସମସ୍ୟା ଦେଖାଦେଉଛି । ଏହି କ୍ଷେତ୍ରରେ ଭିନେଗାର ନିଶ୍ଚିତ ରୂପେ ଏକ ରାମବାଣ ପରି କାମ କରିବ ।
ପେଟ ସମସ୍ୟା:
ଏଅଵୁ ବାଦ ପେଟ ଦରଜ, ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହାର ନିୟମିତ ସେବନ କରିବା ଉଚିତ ।




