ଦେଶ

ଲାଇନ୍‌ରେ ଛିଡ଼ା ହୋଇ ଭୋଟ୍ ଦେଲେ ସୁପର ଷ୍ଟାର – Ibnodisha

[ad_1]

ଚେନ୍ନାଇ : ଚେନ୍ନାଇରେ ଭୋଟ୍ ଦେଇ ନିଜ ମତ ସାବ୍ୟସ୍ତ କରିଛନ୍ତି ଥଲାଇଭା ରଜନୀକାନ୍ତ। ସାଧାରଣ ଭୋଟରଙ୍କ ସହ ଗୋଟିଏ ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଇଛନ୍ତି। ସେହିପରି .ଚେନ୍ନାଇରେ ଧନୁଷ, ବିଜୟ ସେତୁପତି ବି ମତଦାନ ସାବ୍ୟସ୍ତ କରିଛନ୍ତି। ତିରୁବନମେୟୁରରେ ଭୋଟ୍ ଦେଇଛନ୍ତି ଅଭିନେତା ଅଜିତ୍।
ଗଣତନ୍ତ୍ରର ମହାପର୍ବରେ ନିଜ ମତାଧିକାର ସାବ୍ୟସ୍ତ କରିବା ପରେ ତାମିଲ ସୁପରଷ୍ଟାର ରଜନୀକାନ୍ତ କହିଥିଲେ, ନିଜ ନେତା ବାଛିବା ନିମନ୍ତେ ଭୋଟ ଦେବା ଗର୍ବ ଓ ଗୌରବର କଥା। ଆଜି ଏହି ପ୍ରକ୍ରିୟାରେ ସାମିଲ ହୋଇ ମୁଁ ଖୁବ୍ ଗର୍ବିତ ଅନୁଭବ କରୁଛି। ଏହି ଅବସରରେ ଦେଶ ଗଠନ ନିମନ୍ତେ ସମସ୍ତେ ନିଜ ମୂଲ୍ୟବାନ ଭୋଟ ଦେବା ଆବଶ୍ୟକ ବୋଲି କହିଛନ୍ତି। ଏମାନଙ୍କୁ ବାଦ ଦେଲେ ଆହୁରି ବହୁ ଲୋକପ୍ରିୟ ଅଭିନେତା, ଅଭିନେତ୍ରୀ ବି ଲାଇନ୍‌ରେ ଛିଡ଼ା ହୋଇ ଭୋଟ ଦେଇଛନ୍ତି। ନିଜ ପ୍ରିୟ ଅଭିନେତାଙ୍କୁ ଦେଖିବାକୁ ମତଦାନ କେନ୍ଦ୍ର ସମ୍ମୁଖରେ ପ୍ରବଳ ଭୋଟରଙ୍କ ଭିଡ଼ ଜମିଥିଲା।
କୋଏମ୍ବାଟୁରରେ ସଦଗୁରୁ ଗଣତନ୍ତ୍ରର ଏହି ପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି। ଉତ୍ତରାଖଣ୍ଡ ହରିଦ୍ୱାରରେ ଭୋଟ୍ ଦେଇଛନ୍ତି ଯୋଗଗୁରୁ ରାମଦେବ।

The post ଲାଇନ୍‌ରେ ଛିଡ଼ା ହୋଇ ଭୋଟ୍ ଦେଲେ ସୁପର ଷ୍ଟାର appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button