କାବେରୀ ଜଳବିବାଦ ତେଜୁଛି: କର୍ଣ୍ଣାଟକ ବନ୍ଦ, ୪୪ ବିମାନ ବାତିଲ – Ibnodisha

[ad_1]
ଜଳବଣ୍ଟନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: କର୍ଣ୍ଣାଟକରୁ ତାମିଲନାଡ଼ୁକୁ କାବେରୀ ଜଳ ଛାଡ଼ିବା ପ୍ରସଙ୍ଗକୁ ବିରୋଧ କରି ଆଜି କର୍ଣ୍ଣାଟକରେ ବନ୍ଦ ପାଳନ ହୋଇଛି। ବିଭିନ୍ନ କନ୍ନଡ଼ ସମର୍ଥିତ ଗୋଷ୍ଠୀ ଦ୍ବାରା ବନ୍ଦ ପାଳନ ଯୋଗୁଁ ରାଜ୍ୟ ରାଜଧାନୀ ବେଙ୍ଗାଲୁରୁ ସମେତ ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଅଧିକାଂଶ, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ରେସ୍ତୋରାଁ ଆଜି ବନ୍ଦ ରହିଥିଲା। ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ୪୪ଟି ବିମାନ ବାତିଲ କରାଯାଇଥିଲା। ୨ ହଜାରରୁ ଅଧିକ ଅନୁଷ୍ଠାନ ଏହି ବନ୍ଦ ପାଳନକୁ ସମର୍ଥନ କରିଥିଲେ। ବେଙ୍ଗାଲୁରୁ ଏବଂ ମାଣ୍ଡ୍ୟା ଜିଲ୍ଲାରେ ଧାରା ୧୪୪ ଜାରି ହୋଇଛି ଏବଂ ଏଠାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।
ମହୀଶୁର, କୋଡ଼ାଗୁ, ଚାମରାଜନଗର ଏବଂ ରାମନଗରରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଆନ୍ଦୋଳନ ସମୟରେ ପୁଲିସ ଶତାଧିକ ଲୋକଙ୍କୁ ଅଟକ ରଖିଛି। ଫ୍ରିଡମ୍ ପାର୍କରେ ଆଜି ବଡ଼ ଧରଣର ରୢାଲି ହୋଇଛି। ସମାଜର ସବୁ ଶ୍ରେଣୀ ଏବଂ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଏହି ଆନ୍ଦୋଳନ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ଅଟୋରିକ୍ସା ଡ୍ରାଇଭର ଅନୁଷ୍ଠାନ ଏବଂ ଓଲା ଉବର ଡ୍ରାଇଭର ଅନୁଷ୍ଠାନ ମଧ୍ୟ ଏହି ବନ୍ଦ ପାଳନକୁ ସମର୍ଥନ କରିଛନ୍ତି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି। ଇତିମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଆଜି ଉଚ୍ଚସ୍ତରୀୟ ବୈଠକରେ କାବେରୀ ଜଳ ବଣ୍ଟନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
[ad_2]