ଜୁଇରୁ ନବବିବାହିତା ଝିଅର ଅଧାପୋଡା ମୃତଦେହ ଉଠାଇ ଆଣିଲା ମା’ – Ibnodisha
[ad_1]
ନୂଆଦିଲ୍ଲୀ: ବିହାରର ମୋତିହାରିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶାଶୁଘର ଲୋକ ଯୌତୁକ ଲୋଭରେ ବୋହୂକୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି।
ମୃତକଙ୍କ ମା’ ରାମବତୀ ଦେବୀ ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି, ‘ମୋର ଝିଅର ବାହାଘର ଟୋଲା ଗ୍ରାମରେ ବସବାସ କରୁଥିବା ସୁବାଶ ଶର୍ମାଙ୍କ ପୁଅ ନିତିଶ କୁମାରଙ୍କ ସହ ଗତ ମାର୍ଚ୍ଚ ଆଠ ତାରିଖରେ ହୋଇଥିଲା। ବାହାଘରର କିଛିଦିନ ପରେ ସେମାନେ ମୋ ଝିଅକୁ ୫ଲକ୍ଷ ଟଙ୍କା ଓ ଏକ ବାଇକ ପାଇଁ ଦାବି କରିଥିଲେ।
କେବଳ ଏତିକି ନୁହେଁ ବାହାଘରର ୬ମାସ ପରେ ସେମାନେ ଝିଅକୁ ମାଡମାରି ବାପ ଘରକୁ ପଠାଇ ଦେଇଥିଲେ। କିଛିଦିନ ପରେ ଜ୍ବାଇଁ ଆସି ଝିଅକୁ ପୁଣି ତାଙ୍କ ସହିତ ନେଇଯାଇଥିଲେ। ଏହାପରେ ବି ସେମାନେ ମାଡମାରୁଥିବା ଝିଅ ଅନେକ ସମୟରେ ମୋତେ ଫୋନ କରି କହୁଥିଲା।
ମୁଁ ତାକୁ ବୁଝାଇଥିଲି ମା’ ତୁ ବ୍ୟସ୍ତ ହଅନି ସବୁ ଠିକ ହୋଇଯିବ। ମୁଁ ବାପାଙ୍କ ସହ କଥା ହୋଇ ସେମାନଙ୍କ ଦାବି ଅନୁଯାୟୀ ଯୌତୁକ ଦେଇଦେବି। କିନ୍ତୁ ଖବର ଆସିଲା କି ଆମ ଝିଅକୁ ସେମାନେ ହତ୍ୟାକରି ଅନ୍ତିମ ସଂସ୍କାର କରି ଦେଉଛନ୍ତି। ଆମେ ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଜୁଇରୁ ଝିଅର ଅଧାପୋଡା ଶରୀରକୁ ଉଠାଇ ଆଣି ପୁଲିସକୁ ଖବର ଦେଇଥିଲୁ। ଏହାପରେ ଝିଅର ଶାଶୁଘରଲୋକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝିଅର ଅଧାପୋଡା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଝିଅର ଶାଶୁ, ଶ୍ବଶୁର, ସ୍ବାମୀ ସମେତ ଅନ୍ୟ କିଛିଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।’
[ad_2]