ଅପରାଧ

ମାଲିକାଣୀଙ୍କୁ ହତ୍ୟା କରିଥିଲା ଡ୍ରାଇଭର, ପର୍ଦ୍ଦାଫାସ କଲା ଗଞ୍ଜାମ ଗୋଷାଣୀ ନୂଆଗାଁ ଥାନା – Ibnodisha

[ad_1]

ଭୁବନେଶ୍ୱର: ବ୍ରହ୍ମପୁର ନୀଳକଣ୍ଠନଗରରେ ଘରେ ପଶି ମହିଳାଙ୍କୁ ହତ୍ୟାର ପର୍ଦ୍ଦାଫାସ । ଘର ଡ୍ରାଇଭର ହତ୍ୟାକାରୀ। ଘର ଭିତରେ ପଶି ମାଲିକାଣୀଙ୍କୁ ହତ୍ୟା କରିଥିଲା ଡ୍ରାଇଭର। ଏନେଇ ବ୍ରହ୍ମପୁର ଝଊଚଙ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ନୀଳକଣ୍ଠ ନଗରରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସୌଦାମିନୀ ରଥ । ସେ ଶିଶୁ ସୁରକ୍ଷା କମିଟିର ଜଣେ ସଦସ୍ୟ ଥିଲେ।
ଗତକାଲି ବିଳମ୍ବିତ ରାତିରେ ଘରେ ଏକୁଟିଆ ଥିଲେ ସୌଦାମିନୀ । କାହା ସହ ମୋବାଇଲ ଫୋନରେ କଥା ହେଉଥିବା ବେଳେ ଡ୍ରାଇଭର ଆକ୍ରମଣ କରିଥିଲା। ଡ୍ରାଇଭରକୁ ଅଟକ ରଖି ଅଧିକ ଖୋଳତାଡ କରୁଛି ଗୋଷାଣୀ ନୂଆଗାଁ ଥାନା ପୋଲିସ । ତେବେ କଣ ପାଇଁ ମାଲିକାଣୀଙ୍କ ହତ୍ୟାକାରୀ ସାଜିଲା ଡ୍ରାଇଭର ସେନେଇ ତନାଘନା ଜାରି ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button