ଅପରାଧ

ସିରିଏଲ କିଲରର ଆତଙ୍କ ! – Ibnodisha

[ad_1]

ରୱାଣ୍ଡା: ସିରିଏଲ କିଲରଙ୍କ ଆତଙ୍କ ଅନେକ ଘରକୁ ଉଜାଡ଼ି ଦେଉଛି । ଏଥିରେ ଅନେକ ଲୋକଙ୍କ ଜୀବନ ଅକାରଣର ବଳି ପଡ଼ୁଛି । ଏବେ ଏମିତି ଏକ କେସ୍ ରୱାଣ୍ଡାରୁ ସାମନାକୁ ଆସିଛି । ରାଜଧାନୀ କିଗାଲୀରେ ଜଣେ ବ୍ୟକ୍ତିଙ୍କୁ ରୋଷେଇ ଘରେ ପୋତିଥିବା ୧୦ରୁ ଅଧିକ ଶବ ମିଳିବା ପରେ ଗିରଫ କରାଯାଇଛି । ମିଡ଼ିଆ ରିପୋର୍ଟ ଆଧାରରେ କୁହାଯାଇଛି କି , ୩୪ ବର୍ଷିୟ ଏହି ସଦିଗ୍ଧ ସିରିଏଲ କିଲର ଲୋକଙ୍କୁ କିଗାଲୀରେ ନିଜର ଭଡ଼ା ଘରକୁ ଡ଼ାକି ଏହି ଘଟଣା ଘଟାଉ ଥିଲା । ସ୍ଥାନୀୟ ମିଡ଼ିଆ ଅନୁସାରେ , ୧୦ରୁ ଅଧିକ ଶବ ସେଠାରୁ ମିଳିଛି । ରୱାଣ୍ଡା ଯାଞ୍ଚ ବ୍ୟୁରୋ (ଆରଆଇବି)ର ଏକ ସୂତ୍ର ନାମ ଗୋପନ ରଖିବା ସର୍ତ୍ତରେ ଏଏଫପିକୁ କହିଛି କି ଏହି ସଂଖ୍ୟା ୧୪ ଥିଲା । ହେଲେ ଆରଆଇବିର ପ୍ରବକ୍ତା ଥିୟରୀ ମୁରାଙ୍ଗିରା ଏହି ସଂଖ୍ୟାକୁ ସ୍ପଷ୍ଟ କରିବାକୁ ମନା କରିଛନ୍ତି । ସେ ଏଏଫପିକୁ କହିଛନ୍ତି – ଅନ୍ତିମ ସଂଖ୍ୟା ଫୋରେନ୍ସିକ ଯାଞ୍ଚ ଦ୍ୱାରା ନିର୍ଦ୍ଧାରିତ କରାଯିବ ।

ସେ କହିଛନ୍ତି ଅଭିଯୁକ୍ତକୁ ଆରମ୍ଭରେ ଜୁଲାଇରେ ଡକାୟତି ଓ ଦୁଷ୍କର୍ମ ସହ ଅନ୍ୟାନ୍ୟ ଅପରାଧର ସନ୍ଦେହରେ ଗିରଫ କରାଯାଇ ଥିଲା , ହେଲେ ପ୍ରମାଣର ଅଭାବରୁ ତାଙ୍କୁ ଜାମିନ ମିଳିଯାଇ ଥିଲା । ହେଲେ ଯାଞ୍ଚ ଜାରି ରହିଛି । ମଙ୍ଗଳବାର ତାଙ୍କୁ ପୁଣି ଗିରଫ କରାଯାଇଛି । ଯେବେ ତାଙ୍କର ଘରର ତଲାସୀ ନିଆଗଲା, ତ ତାଙ୍କର ରୋଷେଇ ଘରୁ ଖୋଦେଇରେ ଗାତରୁ ଶବ ଥିବା ଜଣାପଡ଼ିଥିଲା । ଆରଆଇବି ସୂତ୍ର କହିଛି – ସଦିଗ୍ଧ ଅପରାଧ ସ୍ୱୀକାର କରିଛି କି ସେ ପ୍ରସିଦ୍ଧ ସରିଏଲ କିଲରଙ୍କୁ ଦେଖି ହତ୍ୟା କରିବା ଶିଖିଥିଲା । ସେ କିଛି ପୀଡ଼ିତଙ୍କୁ ଏସିଡ ପକାଇ ମାରି ଥିଲା । ସେ ଲୋକଙ୍କ ପିଛା କରିବା ପୂର୍ବରୁ ପ୍ରଥମେ ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲା । ସେ ସାଧାରଣ ଭାବେ ସେହି ଲୋକଙ୍କ ପାଖକୁ ଯାଉଥିଲା, ଯେଉଁମାନେ ତାଙ୍କର ପରିବାର ଓ ବନ୍ଧୁଙ୍କ ସହ ରହୁନଥିଲେ । ପ୍ରାରମ୍ଭିକ ଯାଞ୍ଚରେ ଜଣାପଡ଼ିଥିଲା କି ପୀଡ଼ିତଙ୍କ ମଧ୍ୟରେ ପୁରୁଷ ଓ ମହିଳା ଉଭୟ ଥିଲେ । ସେ କହିଥିଲା – ସେ ନିଜର ପୀଡ଼ିତଙ୍କ ମଧ୍ୟରେ ଅଧିକାଂଶ କଲ୍‌? ଗର୍ଲସଙ୍କୁ ଫସେଇ ନିଜ ଘରକୁ ଆଣୁଥିଲା । ଆଉ ନିଜର ଶିକାର ବନାଉ ଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button