ଅପରାଧ

ପ୍ରେମରେ କଳହ ପାଇଁ ବୃଦ୍ଧଙ୍କୁ ହତ୍ୟା – Ibnodisha

[ad_1]

ବଲାଙ୍ଗୀର: ପ୍ରେମିକ ପ୍ରେମିକାଙ୍କ ବଚସା ଭିତରେ ଚାଲିଗଲା ତୃତୀୟ ବ୍ୟକ୍ତିର ଜୀବନ । ପ୍ରେମିକା ଉପରେ ଥିବା ରାଗ ଜଣେ ନିରୀହ ବ୍ୟକ୍ତିଙ୍କ ଉପରେ ସୁଝାଇଲା ପ୍ରେମିକ। ଅଭିଯୁକ୍ତ ଯୁବକ ଜଣେ ବୃଦ୍ଧଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଏହି ମାମଲାରେ ଅଭିଯୁକ୍ତ ଯୁବକ ସହ ତାର ସହଯୋଗୀକୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖୋରଖୋଲ ଥାନା ଅନ୍ତର୍ଗତ ମାଲପଡ଼ା ଗ୍ରାମରେ। ସୂଚନା ଅନୁସାରେ, ଏହି ଗ୍ରାମର ଜଣେ ଯୁବକ ଜଣେ ବୃଦ୍ଧଙ୍କ ଘର ସମ୍ମୁଖ ପିଣ୍ଢାରେ ବସି ଫୋନରେ କଥା ହୋଇ ଗାଳି ଗୁଲଜ କରୁଥିଲା । ଯାହାକୁ ବୃଦ୍ଧ ଜଣକ ବାରଣ କରିଥିଲେ । ଏହି ସମୟରେ ଘରୁ ବାହାରି ପାଟି ତୁଣ୍ଡ ନକରିବାକୁ ସେ ଯୁବକକୁ କହିଥିଲେ । ଫଳରେ ଯୁବ ଜଣକ ରାଗି ଯାଇ ସମ୍ପୃକ୍ତ ବୃଦ୍ଧଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ମାର୍ଚ୍ଚ ୨୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମାଳପଡା ଗ୍ରାମର ବୃଦ୍ଧ ଛତ୍ରପାଲ ମଲ୍ଲିକ ଘରେ ଏକୁଟିଆ ଥିଲେ। ସେ ରାତିରେ ଶୋଇଥିବାବେଳେ ତାଙ୍କ ଘର ସମ୍ମୁଖରେ ଗାଁର ଯୁବକ ଅନିରୁଦ୍ଧ କଅଁର କାହା ସହିତ ଫୋନରେ ବଡ଼ ପାଟିରେ ଗାଳି ଗୁଲଜ ଲାଗୁଥିଲା। ଯେଉଁଥିପାଇଁ ବୃଦ୍ଧ ଜଣକ ହୋଇ ସେହି ଯୁବକକୁ ପାଟି ନକରିବାକୁ କହିଥିଲେ। ଆଉ ଫୋନରେ ସେହି ସମୟରେ ପ୍ରେମିକାକୁ ଗାଳିଗୁଲଜ କରୁଥିବା ଯୁବକ ହଠାତ୍ ରାଗ ଜର୍ଜରିତ ହୋଇ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିବା ପରେ ତାର ଜଣେ ସାଙ୍ଗ ଗଜାନନ୍ଦ ଭୋଇଙ୍କୁ ଡାକିଥିଲା। ଉଭୟ ମିଶି ବୃଦ୍ଧଙ୍କ ମୃତଦେହକୁ ଘର ଭିତରେ ରଖି ତାଲା ପକାଇ ସେଠାରୁ ଫେରାର ହୋଇ ଯାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button