ଅପରାଧ

୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ସବ୍‌ ଇନ୍ସପେକ୍ଟର ଗିରଫ – Ibnodisha

[ad_1]

ନୂଆଦିଲ୍ଲୀ: ନୃଂଶସତାର ସବୁ ସୀମା ପାର କଲେ ପୋଲିସ ସବ୍‌ ଇନ୍ସପେକ୍ଟର । ୪ ବର୍ଷର ନାବାଳିକାକୁ କଥାରେ ଫସାଇ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ ବାବୁ । ଘଟଣାଟି ରାଜସ୍ଥାନର ଦୋସାରେ ଘଟିଛି । ଏହି ଘଟଣାକୁ ନେଇ ଏଏସପି ବଜରଙ୍ଗ ସିଂ ଯାଞ୍ଚ ଚାଲିଛି ବୋଲି କହିଛନ୍ତି ।

ଖବର ମୁତାବକ, ରାଜସ୍ଥାନ ଜିଲ୍ଲାର ଲାଲସୋଟ ଅଞ୍ଚଳରେ ଭୁପେନ୍ଦ୍ର ସିଂ ନାମକ ଅଭିଯୁକ୍ତ ସବ୍-ଇନ୍ସପେକ୍ଟର ଅପରାହ୍ନରେ ୪ ବର୍ଷର ନାବାଳିକାଙ୍କୁ କଥାରେ ଫସାଇ ରୁମକୁ ନେଇ ଦୁଷ୍କର୍ମ କରିଛନ୍ତି। କେବଳ ସେତିକି ନୁହେଁ, ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଥିବା ମଧ୍ୟ ସେ କହିଛନ୍ତି ।

ଏଏସପି ସିଂ କହିଛନ୍ତି, ପୋଲିସ ଇନ୍ସପେକ୍ଟରଙ୍କ ଘର ପାଖରେ ରହୁଥିବା ପରିବାର ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ନାବାଳିକାଙ୍କ ମେଡିକାଲ ଯାଞ୍ଚ ଚାଲିଛି ।

ଏହି ଘଟଣା ପରେ ସ୍ଥାନୀୟ ଲୋକ ଥାନା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ସ୍ଥାନୀୟ ଲୋକ ସବଇନ୍ସପେକ୍ଟରଙ୍କୁ ମାରିଥିବା ସୂଚନା ମିଳିଛି । ବିଜେପି ସାଂସଦ କିରୋଡି ଲାଲ ମୀନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କହିଛନ୍ତି ଯେ ‘‘ଲାଲସୋଟରେ ଜଣେ ପୋଲିସ୍ ଦ୍ବାରା ଜଣେ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଖୁବ୍ କ୍ରୋଧରେ ଅଛନ୍ତି । ମୁଁ ନିରୀହ ଶିଶୁକୁ ନ୍ୟାୟ ପାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button