ରାଜ୍ୟ

ସରକାରୀ ଯୋଜନାରେ ବିଜେଡି ଦଳୀୟ ଚିହ୍ନ ବ୍ୟବହାର କରାଯିବା ପ୍ରସଙ୍ଗରେ “ଭାରତୀୟ ନିର୍ବାଚନ କମିଶନ”ଙ୍କ ନିକଟରେ ଅଭିଯୋଗ କଲା ବିଜେପି ପ୍ରତିନିଧିମଣ୍ଡଳୀ – Ibnodisha

[ad_1]

ବିଜେଡିର ଦଳୀୟ ଚିହ୍ନ “ଶଙ୍ଖ” ଉପରେ ବ୍ୟାନ ଲଗାଯାଉ

: ଡ.ଯତୀନ ମହାନ୍ତି

 ଦଳୀୟ ଚିହ୍ନ ‘ଶଙ୍ଖ’କୁ ସରକାରୀ ଯୋଜନା ପ୍ରଚାର ପାଇଁ ବ୍ୟବହାର କରୁଛି ବିଜେଡି
 ଦଳୀୟ ଚିହ୍ନ ବ୍ୟବହାର କରି ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛି ବିଜେଡି
 କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାରୀ ବିଜ୍ଞାପନରେ ଚିହ୍ନ ବ୍ୟବହାର କରିଛି ବିଜେଡି ସରକାର
 ଶଙ୍ଖ ଚିହ୍ନ ବ୍ୟବହାର କରି ଯେଉଁ ଟଙ୍କା ଖର୍ଚ୍ଚ ହୋଇଛି ତାକୁ ବିଜେଡିର ପାର୍ଟି ଫଣ୍ଡରୁ ଅସୁଲ କରାଯାଉ
 ଆବଶ୍ୟକ ପଡିଲେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବୁ

ଭୁବନେଶ୍ୱର : ବିଜୁ ଜନତା ଦଳ କ୍ରମାଗତ ଭାବରେ ଦଳୀୟ ଚିହ୍ନ(ଶଙ୍ଖ)କୁ ସରକାରୀ କାର୍ଯ୍ୟକ୍ରମରେ ଏବଂ ବିଭିନ୍ନ ଗଣମାଧ୍ୟମର ବିଜ୍ଞାପନ, ରାସ୍ତାରେ ହୋର୍ଡଂ, ବସ୍‌ରେ ପୋଷ୍ଟରମାରି ପ୍ରଚାର ପ୍ରସାର କରୁଛି । ଏନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ୧୦ନଭେମ୍ବର ୨୦୨୩ରେ ଦିଲ୍ଲୀ ସ୍ଥିତ “ଭାରତୀୟ ନିର୍ବାଚନ ଆୟୋଗ”ଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାର ସାଧାରଣ ଜନତାଙ୍କ ଶହ ଶହ କୋଟି ଟଙ୍କା ବିଜୁ ଜନତା ଦଳ ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରିଛି । “ଆଚରଣ ବିଧି” ଅନୁସାରେ କୌଣସି ରାଜନୈତିକ ଦଳ ନିଜର ଦଳୀୟ ଚିହ୍ନକୁ ସରକାରୀ ବିଜ୍ଞାପନ ଓ କାର୍ଯ୍ୟକ୍ରମରେ ବ୍ୟବହାର କରିପାରିବେ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ଥିଲେ ବି ବିଜୁ ଜନତା ଦଳ ବାରମ୍ବାର ଉଲଘଂନ କରୁଥିବା ଡ. ମହାନ୍ତି କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସାଧାରଣ ଜନତାଙ୍କ ଟଙ୍କାକୁ କୌଣସି ରାଜନୈତିକ ଦଳ ନିଜର ପ୍ରଚାର ପ୍ରସାର କରିନପାରିବା ନେଇ “କମନକଜ୍ ଭରସେସ୍ ୟୁନିୟନ ଅଫ ଇଣ୍ଡିଆ-୨୦୧୫” ମାମଲାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ରାୟ ରହିଛି । ଯଦି କୌଣସି ରାଜନୈତିକ ଦଳ ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରନ୍ତି ତେବେ ଇଲେକ୍ସନ ସିମ୍ବଲ(ରିଜରଭେସନ ଆଣ୍ଡ୍ ଆଲଟମେଂଟ) ଅର୍ଡର ୧୯୬୮ ପାରା ୧୬-ଏ ଅନୁଯାୟୀ ନିର୍ବାଚନ ଆୟୋଗ ପାଖରେ କ୍ଷମତା ଅଛି ଦଳୀୟ ଚିହ୍ନକୁ ବାତିଲ କରିବା ପାଇଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଦୀର୍ଘଦିନ ଶାସନରେ ରହି ବିଜୁ ଜନତା ଦଳ ସାଧାରଣ ଜନତାଙ୍କ ଟଙ୍କାକୁ ହରିଲୁଟ୍ କରି ବିଜ୍ଞାପନରେ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାରୀ ଯୋଜନାରେ ଶଙ୍ଖ ଚିହ୍ନ ବ୍ୟବହାର କରୁଛି । ମୁଖ୍ୟ ନିର୍ବାଚନ କମିଶନଙ୍କ ଉତରକୁ ଅପେକ୍ଷା କରିଛି ବିଜେପି । ଶଙ୍ଖ ଚିହ୍ନ ବ୍ୟବହାର କରି ଯେଉଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଛି ତାହାକୁ ନିଜ ଦଳୀୟ ପାଣ୍ଠିରୁ ଅସୁଲ କରୁ ବିଜୁ ଜନତା ଦଳ । ଆବଶ୍ୟକ ପଡିଲେ ଭାରତୀୟ ଜନତା ପାର୍ଟି ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ଆଇନଜୀବୀ ସୂର୍ଯ୍ୟ କାନ୍ତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button