ଅପରାଧ

ବୃଦ୍ଧଙ୍କୁ ପିଟିପିଟି ନିର୍ମମ ହତ୍ୟା – Ibnodisha

[ad_1]

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଦେବରିୟାରେ ଘଟିଛି ଅଭାବନୀୟ ଘଟଣା। ଡିଜେ ବଜାଇବାକୁ ବିରୋଧ କରିବାରୁ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୁତ୍ତ। ସୂଚନା ଅନୁସାରେ, ଗତକାଲି ଉତ୍ତରପ୍ରଦେଶର ଦେବରିୟାରେ ଜଣଙ୍କ ଘରେ ଜନ୍ମ ଦିନ ଉତ୍ସବରେ ଖୁବ୍‌ ଧୁମଧାମରେ ଚାଲିଥିଲା ପାର୍ଟି। ଏପରିକି ଖୁବ୍‌ ଜୋରରେ ମଧ୍ୟ ବାଜୁଥିଲା ଡିଜେ। ତେବେ ଡିଜେର ଶବ୍ଦ ଅସହ୍ୟ ହେବାରୁ ତାହାକୁ ବିରୋଧ କରିଥିଲେ ପଡ଼ୋଶୀ। ଫଳରେ କଥା ଉଗ୍ର ରୂପ ଧାରଣ କରିଥିଲା। ଡିଜେ ବଜାକୁ ବିରୋଧ କରୁଥିବା ବୃଦ୍ଧଙ୍କୁ ଅଭିଯୁକ୍ତମାନେ ପିଟି ପିଟି ହତ୍ୟା କରିଥିଲେ । ତେବେ ମୃତକଙ୍କ ବୟସ ପ୍ରାୟ ୬୦ ବର୍ଷ ହୋଇଥିବା ବେଳେ ସେ ବାରିପୁର ହନୁମାନ ମନ୍ଦିରର ସହାୟକ ପୂଜାରୀ ଭାବେ କାମ କରୁଥିଲେ। ତେବେ ଏହି ମାମଲାରେ ପୋଲିସ ଘଟଣାରେ ଜଡିତ ଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button