ରାଜ୍ୟ

ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌‌ – Ibnodisha

[ad_1]

ବସ୍ତା : ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌‌ । ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲେ ୬୦ ରୁ ଉର୍ଦ୍ଧ ଯାତ୍ରୀ, ଦୁର୍ଘଟଣା ରେ ୩ ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛି । ୧୬ନଂ ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଘଟିଛି ଏହି ଘଟଣା । ସୂଚନା ଅନୁଯାୟୀ କାଳିଆ ନନା ନାମକ ଏକ ଘରୋଇ ବସ ଗତକାଲି ରାତି ରେ ଭୁବନେଶ୍ବର ରୁ ୬୦ ରୁ ଉର୍ଦ୍ଧ ଯାତ୍ରୀ ନେଇ ପଶ୍ଚିମବଙ୍ଗର ଦୀଘା ଅଭିମୁଖେ ଯାଉ ଥିଲା, ୧୬ ନମ୍ବର ଜାତୀୟ ରାଜପଥ ର କୁଣ୍ଡପୁର ଛକ ନିକଟରେ ବସଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଅଜଣା ଟ୍ରକକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା, ଯାହା ଫଳରେ ବସ୍‌‌ର ଆଗ ପଟ ଭାଙ୍ଗି ଚୂରମାର ହୋଇଯାଇଥିଲା, ବସ୍‌‌ର ଆଗ ସିଟ୍ ରେ ବସିଥିବା ୩ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button