ରାଜ୍ୟ

୩୧ ପର୍ଯ୍ୟନ୍ତ ସ୍ଥଗିତ ରହିଲା ବସ୍ ଧର୍ମଘଟ – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆଜିଠୁ ଆରମ୍ଭ ହୋଇଥିବା ବସ୍ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରହିଲା ବୋଲି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟାରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ହୋଇଥିଲା ।

ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ସରକାରୀ ବାସଭବନରେ ଆଜି ସନ୍ଧ୍ୟାରେ ପରିବହନ କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଘରୋଇ ବସ୍ ମାଲିକ ସଂଘର ପ୍ରତିନିଧିମାନଙ୍କ ସହ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା । ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ସଫଳ ହୋଇଛି । ସେମାନେ ସରକାରଙ୍କୁ ସହଯୋଗ କରିବେ । ୨୬ତାରିଖରେ ପୁଣିଥରେ ଉଚ୍ଚସ୍ତରୀୟ ବୈଠକରେ ସଂଘର ବିଭିନ୍ନ ଦାବି ଉପରେ ବିସ୍ତୃତ ଆଲୋଚନା କରାଯିବ । ଏବେ ଦଶହରା ପୂଜାବେଳେ ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଧର୍ମଘଟରୁ ଓହରିବା ପାଇଁ ଘରୋଇ ବସ୍ ମାଲିକ ସଂଘକୁ ସେ ଅନୁରୋଧ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button