ସ୍ୱାମୀଙ୍କୁ ନ କହି ବାପଘରକୁ ଯାଉଥିବାରୁ ପତ୍ନୀକୁ ହତ୍ୟା କଲା ସ୍ୱାମୀ – Ibnodisha

[ad_1]
ନୂଆଦିଲ୍ଲୀ: ସ୍ୱାମୀଙ୍କୁ ନ ଜଣାଇ ବାରମ୍ବାର ବାପଘରକୁ ଯିବା ପଡ଼ିଲା ମହଙ୍ଗା । ଶେଷରେ ନିଜ ପତ୍ନୀକୁ ହତ୍ୟା କଲା ସ୍ୱାମୀ । ଏଭଳି ଏକ ଘଟଣା ଜାତୀୟ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ସ୍ୱାମୀ ନିଜ ୨ ସମ୍ପର୍କୀୟଙ୍କ ସହିତ ମିଶି ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ପୋଲିସର କହିବା ଅନୁସାରେ ଜଣେ ମହିଳାଙ୍କୁ ହତ୍ୟାକାରୀ ଧର୍ମବୀର ୭୦ ହଜାର ଟଙ୍କା ଦେଇ ବିବାହ କରିଥିଲା । ହେଲେ ନିଜ ବିବାହକୁ ନେଇ ଖୁସିନଥିଲା ଧର୍ମବୀର ।
ଏହାର ମୁଖ୍ୟ କାରଣ ଥିଲା ଯେ ପତ୍ନୀ ସ୍ୱିଟି ଧର୍ମବୀରଙ୍କୁ ନ କହି ନିଜ ବାପଘରକୁ ଚାଲିଯାଉଥିଲେ । ଆଉ ଦୀର୍ଘ ଦିନ ଧରି ବାପଘରେ ରହୁଥିଲେ । ଏମିତି ମାସେ ମଧ୍ୟ ବିତିଯାଉଥିଲା । ପତ୍ନୀକୁ ବାରଣ କରିବା ସତ୍ତ୍ୱେ ସେ ବାରମ୍ବାର ଏପରି କରୁଥିଲେ । ସ୍ୱିଟିଙ୍କ ବାପଘର ସମ୍ପର୍କରେ ଧର୍ମବୀରକୁ କୌଣସି ସୂଚନା ନଥିଲା । ଧର୍ମବୀର କେବଳ ଏତିକି ଜାଣିଥିଲେ ଯେ ସ୍ୱିଟିଙ୍କ ବାପ ଘର ବା ତାର ଶ୍ୱଶୁର ଘର ବିହାର ପାଟନା ଅଞ୍ଚଳରେ । ମାତ୍ର ସେଠାକୁ କେବେ ଯାଇନଥିଲେ ଅଭିଯୁକ୍ତ ଧର୍ମବୀର । ବାରମ୍ବାର ସ୍ୱିଟି ନିଜ ବାପଘରକୁ ଯାଉଥିବାରୁ ଶେଷରେ ସେ ତାର ହତ୍ୟା କରିଥିଲା ବୋଲି ପୋଲିସ ନିକଟରେ ସ୍ୱୀକାର କରିଛି ।
ଏନେଇ ଡିସିପି ଚନ୍ଦନ ଚୌଧୁରୀ କହିଛନ୍ତି ଯେ, ଗତ ଅଗଷ୍ଟ ୫ ତାରିଖରେ ଫତେହପୁର ବେରି ନିକଟ ଜଙ୍ଗଲରେ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା । ମୃତଦେହ ଜବତ ସମୟରେ ପୋଲିସ ମହିଳାଙ୍କ ପରିଚୟ ପାଇନଥିଲା । ତେବେ ଛାନଭିନ କରିବା ପରେ ମୃତ ମହିଳାଙ୍କ ସମ୍ପର୍କରେ ଜାଣିଥିଲା ପୋଲିସ । ସେହି ଜଙ୍ଗଲ ନିକଟରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ତେବେ ରାତି ପ୍ରାୟ ୧ଟା ୪୦ ମିନିଟରେ ସନ୍ଦିଗ୍ଧ ଅଟୋ ଦେଖିବାକୁ ମିଳିଥିଲା । ଅଟୋ ନମ୍ବର ଆଧାରରେ ଛତରପୁର ଅଧିବାସୀ ଅଟୋ ଚାଳକ ଅରୁଣକୁ ଗଦଇପୁର ବନ୍ଧରୋଡ ନିକଟରୁ ଗିରଫ କରାଯାଇଥିଲା ।
[ad_2]