ଦେଶ

ଚାଲିବାକୁ ବାହାରୁଥିଲେ ପାର୍କକୁ, ୩ ଜଣ ଦୁର୍ବୃତ୍ତ ଆସି ଗୁଳି ମାରିଦେଲେ – Ibnodisha

[ad_1]

ଲକ୍ଷ୍ନୌ: ବିଜେପି ନେତାଙ୍କୁ ଗୁଳି । ତାହା ପୁଣି ତାଙ୍କ ଘର ସାମ୍ନାରେ । ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସିଲେ । ଆଉ ବିଜେପି କୁଷକ ମୋର୍ଚ୍ଚା ନେତାଙ୍କୁ ଗୁଳି କରି ଚାଲିଗଲେ । ଗୁଳିମାଡ଼ ଖାଇ ଘଟଣାସ୍ଥଳରେ ହିଁ ଟଳିପଡ଼ିଲେ ବିଜେପି ନେତା । ତଳେ ପଡ଼ି ଛଟପଟ ହୋଇ ସେହିଠାରେ ହିଁ ଚାଲିଗଲା ତାଙ୍କର ଜୀବନ । ଗୁଳି ଶବ୍ଦ ଶୁଣି ପରିବାର ଲୋକ ଧାଇଁ ଆସିଥିଲେ, ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଡାକ୍ତର ପରୀକ୍ଷା ନିରିକ୍ଷା କରିବା ପରେ ନେତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁବାର ସନ୍ଧ୍ୟାରେ ଏଭଳି ଏକ ସାଂଘାତିକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମଜହୋଲା ଅଞ୍ଚଳରେ । ପୁରା ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ରହିଛି । ଯାହାକୁ ପୋଲିସ ନିଜ ହେଫାଜତକୁ ନେଇଛି । ଗୁଳିମାଡ଼ରେ ଜୀବନ ହରାଇଥିବା ଏହି ବିଜେପି କୃଷକ ନେତା ହେଉଛନ୍ତି ଅନୁଜ ଚୌଧୁରୀ ।

ସେ ଚାଲିବା ପାଇଁ ଘରୁ ପାର୍କ ଆଡ଼କୁ ଯାଉଥିଲେ । ସାଙ୍ଗରେ ତାଙ୍କର ଭାଇ ମଧ୍ୟ ଥିଲେ । ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସିଲେ ଆଉ ତାଙ୍କୁ ଗୁଳି କରି ଚାଲିଗଲେ । ଥରେ ନୁହେଁ ଏକାଧିକ ଥର ତାଙ୍କୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଡାକ୍ତରଖାନାରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇଛି । ସେପଟେ ଏହି ଘଟଣାରେ ଏକ ମାମଲା ରୁଜୁ କରି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ଖାଲି ସେତିକି ନୁହେଁ ପୁରା ପରିବାରକୁ ପଚରାଉଚରା କରିବା ସହ ଆଖପାଖ ଲୋକଙ୍କୁ ବି ପଚରାଉଚରା କରିଛି ପୋଲିସ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ତେବେ ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତା କାରଣରୁ ହୋଇଥିବା ପରିବାର ଲୋକ କହିଛନ୍ତି । ବିରୋଧୀ ଦଳର ନେତା ଲୋକ ଲଗେଇ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କହିଛନ୍ତି ପରିବାର ଲୋକ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button