ଦେଶ

ଏହି ରାଜ୍ୟରେ ମହିଳାଙ୍କୁ ସ୍ମାର୍ଟଫୋନ୍ ବାଣ୍ଟିବା ସହ ୩ ବର୍ଷ ଯାଏ ମାଗଣାରେ ଇଣ୍ଟରନେଟ୍ ସେବା – Ibnodisha

[ad_1]

ରାଜସ୍ଥାନ: ମହିଳାଙ୍କୁ ସ୍ମାର୍ଟଫୋନ୍ ବାଣ୍ଟିବା ସହ ୩ ବର୍ଷ ଯାଏ ମାଗଣାରେ ଇଣ୍ଟରନେଟ୍ ଦେବେ ସରକାର । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଡିଜିଟାଲ ସେବା ଯୋଜନା ଅଧୀନରେ ୧.୩ କୋଟି ମହିଳାଙ୍କୁ ଗୁରୁବାରଠୁ ଏହା ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ, ପ୍ରତି ଫୋନ୍‌କୁ ୬ ହଜାର ୮ ଶହ ଟଙ୍କା ହିସାବରେ ୪୦ ଲକ୍ଷ ସ୍ମାର୍ଟଫୋନ୍ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ଜୟପୁରରେ ୧.୯ ଲକ୍ଷ ମହିଳା ଅଛନ୍ତି ।

ଏମାନଙ୍କୁ ରାଜ୍ୟରେ ସ୍ୱତନ୍ତ୍ର କ୍ୟାମ୍ପ ମାଧ୍ୟମରେ ମୋବାଇଲ୍ ପ୍ରଦାନ କରାଯିବ । ମିଳିଥିବା ସୂଚନା ଅନୁସାରେ, ସରକାରଙ୍କ ଏହି ଯୋଜନାରେ ୨ଟି ମୋବାଇଲ୍ ଫୋନ୍‌- ରିଅଲ୍‌ମି, ରେଡ୍‌ମି ଉପଲବ୍ଧ ରହିଛି । ତେବେ ପରେ ସାମସଙ୍ଗ୍ ଓ ନୋକିଆ ଫୋନ୍ ଉପଲ୍ଲବ୍ଧ କରାଯିବ । ଫୋନ୍ ପାଇଁ ୬,୧୨୫ ଟଙ୍କା ଓ ମାଗଣା ଇଣ୍ଟରନେଟ୍ ପାଇଁ ୬୭୫ ଟଙ୍କା ପ୍ରଦାନ କରାଯିବ । ଏହାସହ ପ୍ରତିବର୍ଷକୁ ଇଣ୍ଟରନେଟ୍ ଚାର୍ଜ ପାଇଁ ମଧ୍ୟ ସରକାର ୯୦୦ ଟଙ୍କା ଦେବେ । ଏହି ସେବାର ଫାଇଦା ଉଠାଇବା ପାଇଁ ହିତାଧିକାରୀ ଜନ ଆଧାର କାର୍ଡ, ପାନ୍ କାର୍ଡ ଓ ଏନ୍‌ରୋଲ୍‌ମେଣ୍ଟ କାର୍ଡ ଦେଖାଇବେ । ସେହିପରି ବିଧବା ମହିଳା ସେମାନଙ୍କର ପିପିଇ କାର୍ଡ ମଧ୍ୟ ଦେଖାଇପାରିବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button