ଦେଶ

ମଧ୍ୟପ୍ରଦେଶର ୧୫ ଖେଳାଳିଙ୍କୁ ଆୟକର ବିଭାଗରେ ନିଯୁକ୍ତି – Ibnodisha

[ad_1]

ଭୋପାଳ: ଆୟକର (ଇନ୍‌କମ୍ ଟ୍ୟାକ୍ସ) ବିଭାଗ ଗୁରୁବାର ମଧ୍ୟପ୍ରଦେଶର ୧୫ ଜଣ ଖେଳାଳିଙ୍କୁ ଯୋଗ୍ୟତା ଅନୁସାରେ ବିଭିନ୍ନ ପଦରେ ନିଯୁକ୍ତ କରିଛି । ରାଜ୍ୟର ଅନ୍ତର୍ଜାତୀୟ କ୍ରିକେଟର୍ ଭେଙ୍କଟେଶ ଆୟର୍‌ଙ୍କୁ ଇନ୍‌କମ୍ ଟ୍ୟାକ୍ସ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ମିଳିଛି । ଏହି ୧୫ ଜଣଙ୍କ ମଧ୍ୟରେ ଭେଙ୍କଟେଶ୍‌ଙ୍କ ସମେତ ୪ କ୍ରିକେଟର୍‌, ୩ ଆଥ୍‌ଲେଟିକ୍ସ, ୩ ଟେନିସ୍‌, ୩ ଟେବଲ୍ ଟେନିସ୍‌, ସୁଇମିଂ ଏବଂ ୱାଟର ସ୍ପୋର୍ଟ୍ସର ଜଣେ ଲେଖାଏଁ ଖେଳାଳି ସାମିଲ । ମଧ୍ୟପ୍ରଦେଶ ପକ୍ଷରୁ ସମସ୍ତ ତିନିଟି ଯାକ ଫର୍ମାଟ୍‌ରେ ଖେଳୁଥିବା ଇନ୍ଦୋର ଭେଙ୍କଟେଶ ଭାରତ ପାଇଁ ଦୁଇଟି ଦିନିକିଆ ଏବଂ ୯ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଛନ୍ତି । ଆଇପିଏଲ୍‌ରେ ସେ କୋଲ୍‌କାତା ନାଇଟ୍ ରାଇଡର୍ସ ଟିମ୍‌ର ସଦସ୍ୟ ଅଛନ୍ତି । ମଧ୍ୟପ୍ରଦେଶ-ଛତିଶଗଡ଼ର ଇନ୍‌କମ୍ ଟ୍ୟାକ୍ସ ପ୍ରିନ୍ସିପାଲ୍ ଚିଫ୍ କମିଶନର୍ ମୋହନୀଶ ବର୍ମା ଏହି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଛତିଶଗଡ଼ର ଚିଫ୍ କମିଶନର୍ ବୀର ବିରସା୍ ଏକ୍କା ଏବଂ ମଧ୍ୟପ୍ରଦେଶ କ୍ରିକେଟ୍ ସଂଘ ସଭାପତି ଅଭିଳାଷ ଖାଣ୍ଡେକର୍ ମଧ୍ୟ ଉପସ୍ଥିତ ଥିଲେ । ଭେଙ୍କଟେଶଙ୍କ ବ୍ୟତୀତ ଅନ୍ୟମାନେ ହେଲେ ମଧ୍ୟପ୍ରଦେଶ ରଣଜୀ କ୍ୟାପ୍‌ଟେନ୍ ଶୁଭମ୍ ଶର୍ମା ଟ୍ୟାକ୍ସ ଆସିଷ୍ଟାଣ୍ଟ୍ (ଟିଏ), କ୍ରିକେଟର୍ ୟଶ୍ ଦୁବେ ଓ ମିହିର ହିରୱାନୀ ମଲ୍ଟି ଟାସ୍କ ଷ୍ଟାଫ୍ (ଏମ୍‌ଟିଏସ୍‌), ଆଥ୍‌ଲେଟ୍ ସପ୍‌ନା କୁମାର ଟିଏ, ପରୱିନ୍ ଏମ୍‌ସିଏସ୍‌, ପାରସ ଏମ୍‌ଟିଏସ୍‌, ଟେନିସ୍ ଖେଳାଳି ଉଦିତ କମ୍ଭୋଜ୍ ଟିଏ, ରାଘବ ଜୟସିଂଘାନୀ, ସାରା ଯାଦବ ଏମ୍‌ଟିଏସ୍‌, ଟେବଲ୍ ଟେନିସ୍ ଖେଳାଳି ସୌମ୍ୟଦୀପ୍ ସରକାର ଷ୍ଟେନା, ବରୁଣ ଶଙ୍କର ବାଲୁସୁରି, ଦୀପାନ୍ୱିତା ବସୁ ଏମ୍‌ଟିଏସ୍‌, ସୁଇମର୍ ପ୍ରୁଥ୍‌ୱିକ୍ ଟିଏ ଏବଂ କେନୋ ସଲାଲମ୍ ଖେଳାଳି ଶିଖା ଚୌହାନ୍ ଏମ୍‌ଟିଏସ୍ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button