ଦେଶ

୫ ରାଜ୍ୟରେ ହୋଇପାରେ ବିଧାନସଭା ନିର୍ବାଚନ – Ibnodisha

[ad_1]

ନୂଆଦିଲ୍ଲୀ : ଚଳିତ ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ କରିବାକୁ ନେଇ ନିର୍ବାଚନ କମିଶନ୍ ସମ୍ଭାବିତ ଯୋଜନା ପ୍ରସ୍ତୁତ କରିଛନ୍ତି। ଛତିଶଗଡରେ ୨  ଓ ରାଜସ୍ଥାନ, ମଧ୍ୟ ପ୍ରଦେଶ, ମିଜୋରାମ ଓ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ପର‌୍ୟ୍ୟାୟରେ ମତଦାନ ହୋଇପାରେ। ନିର୍ବାଚନ କମିଶନ ଏହି ପ୍ଲାନ୍ ୫ ରାଜ୍ୟ ଗସ୍ତ ପରେ ପ୍ରସ୍ତୁତ କରିଥିଲେ। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ନଭେମ୍ବରରେ ଦିପାବଳୀ ପରେ ଡିସେମ୍ବର ଦ୍ବିତୀୟ ସପ୍ତାହ ଯର୍ପ୍ୟନ୍ତ ୫ଟି ରାଜ୍ୟରେ ମତଦାନ ଶେଷ କରିବାର ଯୋଜନା ରହିଛି।
ସେଭଳି ଏହି ସବୁ ରାଜ୍ୟରେ ୧୫ ଡିସେମ୍ବର ପୂର୍ବରୁ ମତଗଣନା ହୋଇପାରେ। ମୁଖ୍ୟ ନିର୍ବାଚନ କମିଶନ୍ ରାଜୀବ କୁମାରଙ୍କ ମୋହର ପରେ ନିର୍ବାଚନ କାର‌୍ୟ୍ୟକ୍ରମକୁ ଅନ୍ତିମ ମଞ୍ଜୁରୀ ଦିଆଯିବ ଓ ପୁଣିଥରେ ଏହାର ଘୋଷଣା କରାଯିବ। ଆଜି ଅବଜରଭର ବୈଠକ ପରେ  ଅନ୍ତିମ ନିଷ୍ପତ୍ତି ନିଆଯିବ। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଅଲଗା ଅଲଗା ହୋଇପାରେ, କିନ୍ତୁ ଭୋଟ ଗଣତି ଏକାଠି ହେବ।
ମିଜୋରାମ ବିଧାନସଭାର କାର‌୍ୟ୍ୟକାଳ ଚଳିତ ବର୍ଷ ୧୭ ଡିସେମ୍ବରରେ ଶେଷ ହେଉଛି। ବିଜେପିର ସହଯୋଗୀ ମିଜୋ ନ୍ୟାସନାଲ ଫ୍ରଣ୍ଟ(ଏମ୍ଏନ୍ଏଫ୍) ପୂର୍ବତନର ରାଜ୍ୟରେ କ୍ଷମତାରେ ରହିଛି। ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ ଓ ରାଜସ୍ଥାନର ବିଧାନସଭାର କାର‌୍ୟ୍ୟକାଳ ଆଗାମୀ ବର୍ଷ ଜାନୁଆରୀରେ ଅଲଗା ଅଲଗା ତାରିଖରେ ଶେଷ ହେଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button