ଦେଶ

ଉତ୍ତରଭାରତରେ ଜାରି ରହିଛି ଶୀତ – Ibnodisha

[ad_1]

ନୂଆଦିଲ୍ଲୀ : ଅନେକ ସ୍ଥାନରେ ବର୍ତ୍ତମାନ ଶୀତର ପରିମାଣ କମୁଥିବା ବେଳେ ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନର ବିଚ୍ଛିନ୍ନ ସ୍ଥାନରେ ଶୀତ ଲହରୀ ଜାରି ରହିଛି। ତେବେ ଆହୁରି ମଧ୍ୟ କିଛି ଦିନ ପର୍ଯ୍ୟନ୍ତ ଶୀତର ଲହରୀ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି। ତେବେ ଶୀତର ପରିମାଣ ବଢ଼ୁଥିବାରୁ ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନଥିବା ବେଳେ ଏଥିପାଇଁ ସାଧାରଣ ଜୀବନ ବ୍ୟାହତ ହେଉଛି । ସୂଚନା ମୁତାବକ, ଶୀତରେ ଥରୁଛି  ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନ। ତେବେ ଶୀତର ପରିମାଣ ଅନବରତ ବଢ଼ୁଥିବାରୁ  ସେଠାରେ ତୁଷାରପାତ ମଧ୍ୟ ଅନୁଭୂତ ହେଉଛି। ଯାହାଫଳରେ ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ସାଧାରଣ ଜୀବନ ବ୍ୟାହତ ହେଉଛି। ତେବେ କାଶ୍ମୀର ଏବଂ ଲଦାଖରେ ମଧ୍ୟ ଶୀତ ଲହରୀ ଜାରି ରହିଛି। ତେବେ କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶ, ବିହାର, ସିକ୍କିମ ଏ ମଧ୍ୟ ଶୀତରେ ଥରୁଥିଲେ ଲୋକମାନେ। ଶୀତ ବଢିବା ହେତୁ ରାସ୍ତାଘାଟ ମଧ୍ୟ ପରିସ୍କାର ଭାବରେ ଦୃଶ୍ୟ ହେଇ ପାରୁନାହିଁ। ଯେଉଁଥି ପାଇଁ ଲୋକମାନଙ୍କର ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି। ତେବେ ଆହୁରି କିଛି ଦିନ ମଧ୍ୟ ଶୀତର ଲହରୀ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button