ସହମତିରେ ଶାରୀରିକ ସମ୍ପର୍କ ରଖିବାର ୬ ବର୍ଷ ପରେ ଦୁଷ୍କର୍ମ ଅଭିଯୋଗ କରିପାରିବେନି ମହିଳା: କର୍ଣ୍ଣାଟକ ହାଇକୋର୍ଟ – Ibnodisha

[ad_1]
ବେଙ୍ଗାଲୁରୁ: ସହମତିରେ ଶାରୀରିକ ସମ୍ପର୍କ ରଖିବାର ୬ ବର୍ଷ ପରେ କୌଣସି ମହିଳା ଦୁଷ୍କର୍ମ ଅଭିଯୋଗ କରିପାରିବେ ନାହିଁ କହି କର୍ଣ୍ଣାଟକ ହାଇକୋର୍ଟ ବେଙ୍ଗାଲୁରୁର ଜଣେ ମହିଳା ଦାଏର କରିଥିବା ଦୁଇଟି ଅପରାଧିକ ମାମଲା ଖାରଜ କରି ଦେଇଛନ୍ତି । ମହିଳାଜଣକ ଅଭିଯୋଗ କରିଥିଲେ ଯେ, ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ତାଙ୍କ ସହିତ ୬ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲେ । ଏହି ମାମଲା ଉପରେ ରାୟ ଶୁଣାଇ ହାଇକୋର୍ଟ କହିଛନ୍ତି, ବର୍ଷେ ନୁହେଁ, ଦୁଇ ବର୍ଷ ନୁହେଁ, ଚାରି କି, ପାଞ୍ଚ ବର୍ଷ ନୁହେଁ, ସାମାଜିକ ଗଣମାଧ୍ୟମରେ ପରିଚିତ ହୋଇଥିବା ଅଭିଯୋଗକାରିଣୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ପାରସ୍ପରିକ ସମ୍ମତିରେ ୬ ବର୍ଷ ଧରି ଶାରୀରିକ ସମ୍ପର୍କ ଥିଲା ।
ଅଭିଯୁକ୍ତ ସବୁକଥା ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରିଛନ୍ତି । ଅଭିଯୋଗ ହୋଇଛି ଯେ, ୬ ବର୍ଷର ସସମ୍ମତ ଶାରୀରିକ ସମ୍ପର୍କ ପରେ ୨୦୧୯ ଡିସେମ୍ବର ୨୭ରୁ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ହ୍ରାସ ପାଇ ଆସିଥିଲା । ତେଣୁ, ଏଥିରେ ଦୁଷ୍କର୍ମ କରାଯାଇଥିବା ଭଳି କେ?ଣସି କଥା ହିଁ ନାହିଁ । ପ୍ରଥମ ଦିନରୁ ଆରମ୍ଭ କରି ୨୦୧୯ ଡିସମ୍ବେର ୨୭ ଯାଏ ସହମତିରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା କହି ବିଚାରପତି ଏମ୍. ନାଗପ୍ରସନ୍ନ ବେଙ୍ଗାଲୁରୁ ସହରର ଇନ୍ଦିରା ନଗର ଥାନା ଓ ଦେବନାଗେରେରେ ଥିବା ମହିଳା ଥାନାରେ ଅଭିଯୋଗକାରିଣୀ ପଞ୍ଜୀକୃତ କରାଇଥିବା ‘ଏଫ୍ଆଇଆର୍’ ଦୁଇଟିକୁ ଖାରଜ କରିଛନ୍ତି । ସେ କହିଛନ୍ତି, ସହମତିରେ ୬ ବର୍ଷ ଧରି ଶାରୀରିକ ସମ୍ପର୍କ ଥିବାରୁ ‘ଆଇପିସି’ ଧାରା ୩୭୬ ଦଫାରେ ଏହାକୁ ଦୁଷ୍କର୍ମ ମାମଲାଭୁକ୍ତ କରାଯାଇ ପାରିବ ନାହିଁ । ଏହାଛଡ଼ା, ସେ ସୁପ୍ରିମ୍କୋର୍ଟ ଏଭଳି କେତୋଟି ମାମଲା ଉପରେ ଦେଇଥିବା ରାୟକୁ ଦୃଷ୍ଟାନ୍ତ ଭାବେ ଉପସ୍ଥାପନ କରିଥିଲେ ।
[ad_2]




