ଦେଶ

ନିଟ୍‌ ରେଜଲ୍ଟ ବାହାରିବା ପରେ ଉଜୁଡ଼ିଗଲା ସଂସାର, ପୁଅ ପରେ ବାପା ବି ଝୁଲି ପଡ଼ିଲେ – Ibnodisha

[ad_1]

ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନ ପାରିବାରୁ ଝୁଲି ପଡ଼ିଲେ ଛାତ୍ର । ଆଉ ପୁଅର ମୃତ୍ୟୁ ଖବରକୁ ସହ୍ୟ କରି ନ ପାରି ତା’ ପର ଦିନ ବାପା ବି ନେଲେ ଚରମ ପଦକ୍ଷେପ । ଫଳରେ ନିଟ୍‌ ରେଜଲ୍ଟକୁ ନେଇ ହଠାତ୍‌ ଏକ ପରିବାର ଉପରେ କଳା ବାଦଲ ଘୋଟି ଯାଇଛି। ହଠାତ୍‌ ବାପପୁଅଙ୍କ ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ତାମିଲନାଡ଼ୁର ଚେନ୍ନାଇରେ ଘଟିଛି। ମୃତକ ହେଲେ ଜଗଦିସ୍ୱରନ ।

ଜଗଦିସ୍ୱରନ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଚେନ୍ନାଇରେ ନିଟ୍‌ ପାଇଁ ପ୍ରସ୍ତୁତି ଚଳାଇଥିଲେ। ମାତ୍ର ଦୁଇ ଥର ଚେଷ୍ଟା କରି ମଧ୍ୟ ସେ ସଫଳ ହୋଇ ପାରି ନ ଥିଲେ। ଏହାପରେ ଗତ ଶନିବାର ସେ ପରିବାର ଲୋକଙ୍କ ଫୋନ ଉଠାଇ ନ ଥିଲେ। ଏହାପରେ ଜଗଦିସ୍ୱରନ ନିଜ ରୁମ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ତାଙ୍କ ସହପାଠୀ ସୂଚନା ଦେଇଥିଲେ।

ପୁଅ ମୃତ୍ୟୁ ଶକ୍ତ ଧକ୍କା ଦେଇଥିବା ବେଳେ ଏହାକୁ ସହଜେ ଗ୍ରହଣ କରି ପାରି ନ ଥିଲେ ତାଙ୍କ ବାପା। ରବିବାର ସକାଳେ ସେ ନିଜ କବାଟ ଖୋଲି ନ ଥିବା ବେଳେ ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଗୋଟିଏ ଦିନ ବ୍ୟବଧାନରେ ବାପପୁଅଙ୍କ ଆତ୍ମହତ୍ୟା ଖବର ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏପରିକି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ସେ ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ପିଲାଙ୍କୁ କଠିନ ପରିଶ୍ରମ ସହ ନିଜ ଉପରେ ଆତ୍ମବିଶ୍ୱାସ ରଖିବାକୁ କହିଛନ୍ତି। ତେଣୁ ପରୀକ୍ଷା ଫଳାଫଳରେ ବିଚଳିତ ହୋଇ କୌଣସି ଚରମ ପଦକ୍ଷେପ ନ ନେବାକୁ ସେ ପରାମର୍ଶ ଦେଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button