ଫୋନରେ କଥା ହେଉଥିବା ବେଳେ ଟଳି ପଡିଲେ ଯୁବକ, ଚାଲିଗଲା ଜୀବନ – Ibnodisha

[ad_1]

ବ୍ୟୁରୋ : ମୃତ୍ୟୁ କେତେବେଳେ କେଉଁଠି ଆସିବ କେହି ଜାଣିପାରନ୍ତି ନାହିଁ । ଏଭଳି ଏକ ଦୁଃଖଦ ଘଟଣା ବୈପାରିଗୁଡା ସହରରେ ଘଟିଛି । ବୈପାରିଗୁଡା ବ୍ଲକର ଡିଶାରିଗୁଡା ଗ୍ରାମର ଭାଗିରଥୀ ଭେମିଣ୍ଡି ଟାଟା ପାୱାର କମ୍ପାନିରେ ନିୟୋଜିତ ହୋଇଥିବା ଅଣକୁଶଳୀ ଶ୍ରମିକ ଭାବେ କାମ କରୁଥିଲେ । ବୈପାରିଗୁଡାରୁ ଦିଗାପୁର ରାସ୍ତାରେ ପୋଲ ପୋତିବା କାମ ଚାଲିଥିଲା । ତେବେ ଭାଗିରଥୀ ବୈପାରିଗୁଡାର ତହସିଲ ନିକଟରେ ଏକ ଜଳଖିଆ ଦୋକାନରେ ଜଳଖିଆ ଖାଇବା ପାଇଁ ତରବର ହେଉଥିଲେ । ଏହି ସମୟରେ ତାଙ୍କ ନିକଟକୁ ଫୋନ୍ କଲ୍ ଆସିଥିଲା ।ଫୋନରେ କଥା ହେଉଥିବା ବେଳେ ହଠାତ ସେ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଭାଗିରଥୀଙ୍କୁ ମେଡିକାଲ ନେଇଥିଲେ । ତେବେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହାର ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଡିଶାରିଗୁଡାରେ ଶୋକର ଛାୟା ଖେଳିଯାଇଛି ।
The post ଫୋନରେ କଥା ହେଉଥିବା ବେଳେ ଟଳି ପଡିଲେ ଯୁବକ, ଚାଲିଗଲା ଜୀବନ appeared first on ONA KHABAR.
[ad_2]




