ରାଜ୍ୟ

ଯୁବକଙ୍କୁ ହତ୍ୟାକରି ପୋତିଦେଲେ – Ibnodisha

[ad_1]

ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବାଗଲତା ଗଂଝୁଟୋଲାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ମାଟି ​ଖୋଳି ପୋତି ଦେଇଛନ୍ତି। ଏନେଇ ମୃତଙ୍କ ଭାଇ ପ୍ରଦୀପ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ବ୍ରାହ୍ମଣୀତରଙ୍ଗ ପୁଲିସ ଗାଁରେ ପହଞ୍ଚି ମାଟି ​ଖୋଲି ଶବ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରିଛି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ମୃତକ ହେଉଛନ୍ତି, ଗଂଝୁଟୋଲାର ସୁଶୀଲ ନାଏକ (୪୫)।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ କୌଣସି ଏକ କାମ ପାଇଁ ସୁଶୀଲଙ୍କୁ ଫୋନ୍‌ କରିଥିଲେ। ଫୋନ୍‌ ପାଇବା ପରେ ସୁଶୀଲ ତରବର ହୋଇ ଘରୁ ବାହାରି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଆଖପାଖରେ ଖୋଜାଖୋଜି କରିଥିଲେ। ଆଜି ସୁଶୀଲଙ୍କୁ ହତ୍ୟା ପରେ ମାଟି ଖୋଳି ପୋତି ଦେଇଥିବା ପରିବାର ଲୋକେ ସୁରାକ୍‌ ପାଇ ବ୍ରାହ୍ମଣୀତରଙ୍ଗ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତନାଘନା ଚଳାଇଛି। ହତ୍ୟାକାଣ୍ଡର ସତ୍ୟାସତ୍ୟ ଜଣାପଡ଼ି ନଥିବାବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ଘଟଣା ସ୍ପଷ୍ଟ ହେବ ବୋଲି କୁହାଯାଉଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button