ମନୋରଞ୍ଜନ

ଶିବବେଶରେ ଦୋକାନୀଙ୍କୁ କଚୋଡ଼ି ମାଗିବା ମହଙ୍ଗା ପଡ଼ିଲା; ଅକ୍ଷୟ କୁମାରଙ୍କୁ ନୋଟିସ – Ibnodisha

[ad_1]

ନୂଆଦିଲ୍ଲୀ: ଚଳିତ ମାସ ୧୧ ତାରିଖରେ ‘ଓମଏମଜି ଟୁ’ ମୁକ୍ତିଲାଭ କରିବ। ଏହାରି ଭିତରେ ଉଜ୍ଜୈନ ମହାକାଳ ମନ୍ଦିରର ପୂଜାରୀମାନେ ସିନେମା ‘ଓମଏମଜି ଟୁ’କୁ ନେଇ ଆପତ୍ତି ଉଠାଇଛନ୍ତି।

ମହାକାଳ ମନ୍ଦିରର ପୂଜାରୀମାନଙ୍କ କହିବାନୁସାରେ, ‘ଓମଏମଜି ଟୁ’ ସିନେମାର ଟ୍ରେଲରରେ ଏକ ଦୃଶ୍ୟରେ ଭଗବାନ ଶିବଙ୍କୁ ଦୋକାନରେ କଚୋଡ଼ି କିଣୁଥିବା ଦେଖିବାକୁ ମିଳୁଛି। ଆଉ  ଦୋକାନୀଙ୍କୁ ଶିବବେଶରେ ଥିବା ଅକ୍ଷୟ କୁମାର  ଆର୍ଶୀବାଦ ଦେବାରୁ ସେ କହିଥିଲେ, ‘’ଆର୍ଶୀବାଦରୁ କିଛି କାମ ହେବ ନାହିଁ ଟଙ୍କାର ଆବଶ୍ୟକ ରହିଛି।’’

ଏଭଳି ଆପତ୍ତିଜନ ଦୃଶ୍ୟ ଶିବଭକ୍ତଙ୍କ ମନୋଭାବନାକୁ ଆଘାତ ଦେଇଛି। ଏଥିସହିତ ସିନେମା ଟ୍ରେଲରରେ ଅନେକ ସ୍ଥାନରେ ଭଗବାନ ଶିବଙ୍କୁ ଭୁଲ ଭାବେ ପ୍ରଦର୍ଶିତ କରାଯାଇଥିବା ଦେଖିବାକୁ ମିଳୁଛି। ଯାହାକି ଆଦୌ ଗ୍ରହଣୀୟ ନୁହେଁ।

‘ଓମଏମଜି ଟୁ’ ସିନେମାରେ ଏଭଳି ଆପତ୍ତିଜନ ଦୃଶ୍ୟ ଥିବା ସତ୍ତ୍ବେ ସେନସର ବୋର୍ଡ ସିନେମାକୁ କିଭଳି ଭାବେ  ‘ଏ’ ସାର୍ଟିଫିକେଟ ଦେଇ ପାରିଲା। ତେବେ ସିନେମାରେ ଏମିତି ବି କିଛି ଦୃଶ୍ୟ ଅଛି, ଯାହାକି ଧାର୍ମିକ  ଭାବନାକୁ ଆଘାତ ପହଞ୍ଚାଇଛି। ଏଥିପାଇଁ ‘ଓଏମଜି ଟୁ’ର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଓ ସେନସରବୋର୍ଡକୁ ମହାକାଳ ପୂଜା ସଂଘ ଓ ଅଖିଳଭାରତୀୟ ପୂଜା ସଂଘ ନୋଟିସ ପଠାଇଛି।

ଏଥିସହିତ ଫିଲ୍ମରେ ସ୍ଥାନ ପାଇଥିବା ମହାକାଳ ମନ୍ଦିରର ଦୃଶ୍ୟକୁ ହଟାଇବା ସହିତ ଫିଲ୍ମର ନିର୍ଦ୍ଦେଶକ ଏନେଇ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ବି ଦାବି କରାଯାଇଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button