ମନୋରଞ୍ଜନ

କ୍ରିକେଟ ଦୁନିଆରେ ଝଡ- ଗାଭାସ୍କର ଙ୍କୁ Virat ଙ୍କ ପତ୍ନୀ Anushka ଦେଲେ ଏମିତି ଜବାବ, ହେଲେ ସତ ରହିଛି ଆଉ କିଛି

ରୟଲ ଚ୍ୟାଲେଞ୍ଜରସ୍ ବ୍ୟାଙ୍ଗଲୋର୍ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ହୋଇଥିବା ମ୍ୟାଚ୍ ରେ ମାତ୍ର ୧ ରନ ରେ ଆଉଟ ହୋଇ ଯାଇଥିଲେ ବିରାଟ କୋହଲି । ସେହି ସମୟରେ କମେଣ୍ଟ୍ରି କରୁଥିବା ସୁନୀଲ ଗାଭାସ୍କର, ବିରାଟ ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟରେ ସେ କହିଥିଲେ କି ଲକଡାଉନରେ ବିରାଟ କେବଳ ଅନୁଷ୍କା ଙ୍କ ବଲରେ ଅଭ୍ୟାସ କରିଥିଲେ,

ଏଥିପାଇଁ ଏମାନଙ୍କୁ କେବଳ ଦର୍ଶକଙ୍କ ଆକ୍ରୋଶର ସାମନା ହେବାକୁ ପଡିବ । ଏହା ପରେ ଆରମ୍ଭ ହୋଇଥିଲା ହଙ୍ଗାମା । ବିରାଟ ବାହିନୀ ଆଗକୁ ଆସି ହୋ ହାଲ୍ଲା କରିବା ସହ ଗାଭାସ୍କର ଙ୍କୁ କମେଣ୍ଟ୍ରି ପ୍ୟାନେଲ୍ ରୁ ବିଦାୟ କରିବା ପାଇଁ ଦାବି କରିଥିଲେ ।

ଏବେ ଦୁଇ ପାଦ ଆଗକୁ ଆସି ଗାଭାସ୍କର ଙ୍କ ଉପରେ ବର୍ଷିଛନ୍ତି ପତ୍ନୀ ଅନୁଷ୍କା ଶର୍ମା । ସେ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରି ରେ ଏକ ପୋଷ୍ଟ ଲେଖି ସୁନୀଲ ଗାଭାସ୍କର ଙ୍କୁ ଜବାବ ଦେଇଛନ୍ତି । ଅନୁଷ୍କା ଲେଖିଛନ୍ତି, “ଆପଣଙ୍କ ଟିପ୍ପଣୀ ବହୁତ ବିଚଳିତ କରିବା ଭଳି ଥିଲା । ମାତ୍ର ମୁଁ ଆପଣଙ୍କୁ ଏହା ବୁଝାଇବାକୁ ପସନ୍ଦ କରିବି ଯେ, ଆପଣ ଜଣେ ପତ୍ନୀଙ୍କ ଉପରେ ତାର ସ୍ୱାମୀର ପ୍ରଦର୍ଶନ କୁ ନେଇ ଦୋଷ ଲଦିବାକୁ କେମିତି ଚିନ୍ତା କରି ପାରିଲେ?

ଗତ କିଛି ବର୍ଷ ରେ ଆପଣ ଖେଳ ଉପରେ ଟିପ୍ପଣୀ କରି ପ୍ରତି କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନ କୁ ସମ୍ମାନ ଦେଇଛନ୍ତି । କ’ଣ ଆପଣଙ୍କୁ ଏହା ଲାଗୁ ନାହିଁ ଯେ, ଆପଣଙ୍କୁ ମୋର ଏବଂ ଆମ ପାଇଁ ସମ୍ମାନ ହେବା ଉଚିତ? ମୋତେ ବିଶ୍ୱାସ ଯେ ମୋ ସ୍ୱାମୀଙ୍କ ପ୍ରଦର୍ଶନ ଉପରେ ଟିପ୍ପଣୀ କରିବା ପାଇଁ ଆପଣ ଅନ୍ୟ କିଛି ଶବ୍ଦ ପ୍ରୟୋଗ କରି ପାରିଥାନ୍ତେ । ଆପଣଙ୍କୁ କ’ଣ ଠିକ ଲାଗୁଚି ମୋ ନାମ କୁ ଏମିତି ବ୍ୟବହାର କରିବା ?

ଏହା ୨୦୨୦ ଏବଂ ଅନେକ ଜିନିଷ ମୋ ପାଇଁ ବଦଳି ନାହିଁ । କେବେ ମୋତେ କ୍ରିକେଟକୁ ନେଇ ଟାଣିବା ଓ ମୋ ଉପରେ ଏହି ଧରଣର ଟିପ୍ପଣୀ କରାଯିବା ବନ୍ଦ ହେବ? ସମ୍ମାନନୀୟ ମିଷ୍ଟର ଗାଭାସ୍କର, ଆପଣ ଜଣେ କିମ୍ବଦନ୍ତୀ ।

ଯାହାଙ୍କ ନାମ ଏହି କ୍ରୀଡ଼ାରେ ଜଣେ ଭଦ୍ର ଲୋକଙ୍କ ହିସାବରେ ଗ୍ରହଣ କରାଯାଏ । ମୁଁ କେବଳ ଆପଣଙ୍କୁ ଏତିକି କହିବାକୁ ଚାହେଁ ଯେ, ଆପଣଙ୍କ ଏପରି ଟିପ୍ପଣୀରେ ମୋତେ କେମିତି ଲାଗୁଥିବ?” ତେବେ ଅନୁଷ୍କା ଙ୍କ ର ଏହି ଟିପ୍ପଣୀ ଉପରେ ସୁନୀଲ ଗାଭାସ୍କର ଦେଇଥିଲେ ଏମିତି ଉତ୍ତର ।

କହିଥିଲେ କି ମୁ ଅନୁଷ୍କାଙ୍କୁ ନେଇ କିଛି ବି କହିନି, ମୁ କେବଳ କହିଲି କି ଲକଡାଉନରେ କୌଣସି କ୍ରିକେଟର ଙ୍କୁ ପ୍ରାକ୍ଟିସ କରିବାର ସୁଯୋଗ ମିଳି ମଥିଲା । କିଛି ଦିନ ତଳେ ସେ ଦେଖିଥିବା ଏକ ଭିଡିଓ ରେ ଅନୁଷ୍କା, ବିରାଟଙ୍କୁ ବୋଲିଂ କରୁଥିବାର ଦେଖିଥିଲେ । ସେଥି ପାଇଁ ସେ କହିଥିଲେ ସେମିତି । ହେଲେ ୟାକୁ ନେଇ ଅନୁଷ୍କା ଯେଉଁ ସବୁ ଆରୋପ ଲଗାଉଛନ୍ତି ସେମିତି କିଛି କଥା ନାହିଁ ସେଥିରେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button