ମନୋରଞ୍ଜନ

ଜନ୍ମଦିନ ପାର୍ଟିରେ ମହିଳାଙ୍କ ଓଠରେ ଚୁମ୍ବନ ଦେଇ ଇନ୍‌ଷ୍ଟା ଷ୍ଟୋରି ରଖିଲେ ନିଆ ଶର୍ମା – Ibnodisha

[ad_1]

ମୁମ୍ବାଇ: ଟେଲିଭିଜନର ଦୁନିଆରେ ନିଆ ଶର୍ମା ଏକ ଲୋକପ୍ରିୟ ନାମ। ଅନେକ ଟେଲି ଧାରାବାହିକରେ ସେ ତାଙ୍କର ଅଭିନୟର ଯାଦୁରେ ପ୍ରଶଂସକଙ୍କ ମନକୁ ଜିଣି ପାରିଛନ୍ତି। ନିଆ ତାଙ୍କ ଜନ୍ମଦିନ ପାଳନ କରି ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଏଥର ଅଭିନେତ୍ରୀ ତାଙ୍କର ୩୩ତମ ଜନ୍ମଦିନ ପାଳନ କରିଛନ୍ତି।

ତେବେ ନିଆ ତାଙ୍କ ଜନ୍ମଦିନରେ ଜଣେ ମହିଳାଙ୍କ ଓଠ‌ରେ ଚୁମ୍ବନ ଦେଇଥିବା କାରଣରୁ ତାଙ୍କୁ ଖୁବ୍ ଜୋର୍‌ରେ ସମାଲୋଚନା କରାଯାଉଛି।  ଅଭିନେତ୍ରୀ ନିଆ ଜନ୍ମଦିନ ପାଳନ କରିବାକୁ ନିଜ ଘରେ ହିଁ ବନ୍ଧୁମାନଙ୍କୁ ଏକ ସୁନ୍ଦର ପାର୍ଟି ଦେଇଥିଲେ। ଯାହାର ଅନେକ ଫଟୋ ଓ ଭିଡିଓ ଏବେ ଭାଇରାଲ୍‌ ହେଉଛି।

ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଜନ୍ମଦିନ ପାଳନର ଫଟୋ ଓ ଭିଡିଓକୁ ସେୟାର କରିଛନ୍ତି ନିଆ ଶର୍ମା। ଫଟୋରେ ସେ କେକ୍‌ କାଟିବାରୁ ନେଇ ନାଚିବା, ଫଟୋ କ୍ଲିକ୍‌ କରିବା ସବୁ କିଛି ଦେଖିବାକୁ ମିିଳିଛି। ନିଆ ଏକ ଧଳା ରଂଗର ଗାଉନ୍‌ ପିନ୍ଧି ବେଶ୍‌ ଆକର୍ଷଣୀୟ ଦେଖା ଯାଉଥିଲେ। ସେ ତାଙ୍କ କେଶରେ ବନ୍‌ କରିବା ସହ ହାଲୁକା ମେକ୍‌-ଅପ୍‌ ଓ ଧଳା ରଂଗର ‌ସ୍ୟାଣ୍ଡେଲ୍‌ ପରିଧାନ କରି ନିଜ ଲୁକ୍‌କୁ  ପୂରା କରିଛନ୍ତି।

ନିଆ ଶର୍ମା ତାଙ୍କ ଘର ଛଡ଼ା ରେଷ୍ଟୁରାଣ୍ଟ୍‌ରେ ବି ଏକ ସୁନ୍ଦର ପାର୍ଟିର ଆୟୋଜନ କରିଥିଲେ। ତାଙ୍କର ଅନେକ ବନ୍ଧୁ ଓ ସେଲିବ୍ରିଟି ତାଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ତାଙ୍କର ଏକ ଫଟୋରେ ନିଜ ବନ୍ଧୁଙ୍କ ଓଠରେ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ଖୁବ୍ ଜୋର୍‌ରେ ଚର୍ଚ୍ଚା ହେଉଛି। ସେ ଟ୍ରୋଲ୍‌ ହେବା ପାଇଁ ଜାଣି ଜାଣି ଏପରି କରୁଛନ୍ତି ବୋଲି କେହି କେହି ଆଲୋଚନା କରୁଛନ୍ତି।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button