ମନୋରଞ୍ଜନ

ଜାହ୍ନବୀ କପୁର ନିଜ ପ୍ରଥମ ବୟଫ୍ରେଣ୍ଡଙ୍କୁ ନେଇ କଲେ ଖୁଲାସା – Ibnodisha

[ad_1]

ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରଥମ ଥର ପାଇଁ ନିଜର ‘ପ୍ରଥମ ସିରିୟସ ବୟଫ୍ରେଣ୍ଡ’ ବିଷୟରେ ମୁହଁ ଖୋଲିଛନ୍ତି। କୁଶା କପିଳାଙ୍କ ସହ ସ୍ବାଇପ ରାଇଡ ନାମକ ଏକ ସୋରେ ଜାହ୍ନବୀ କହିଛନ୍ତି କି ତାଙ୍କ ବାପାମାଆ ପସନ୍ଦ ନ କରିବାରୁ ଉକ୍ତ ସମ୍ପର୍କ ଆଉ ଆଗକୁ ବଢ଼ିପାରିଲା ନାହିଁ। ଜାହ୍ନବୀ କହିଛନ୍ତି ଯେ, ତାଙ୍କର ପ୍ରଥମ ସିରିୟସ ବୟଫ୍ରେଣ୍ଡ ସିଏ ଥିଲେ, ଯିଏ ତାଙ୍କ ସହ ‘ଚୁପି ଚୁପି’ (ଗୋପନରେ) ମିଶୁଥିଲେ ଏବଂ ତାଙ୍କ ବାପାମାଆଙ୍କୁ ବହୁତ ମିଛ କହିବାକୁ ପଡ଼ୁଥିଲା। କିନ୍ତୁ ତାଙ୍କର ଏ ସମ୍ପର୍କ ଶୀଘ୍ର ହିଁ ଶେଷ ହୋଇଯାଇଥିଲା କାରଣ ତାଙ୍କର ବାପାମାଆ ସେ ପିଲାକୁ ପସନ୍ଦ କରୁ ନ ଥିଲେ। ତାଙ୍କ ବାପାମାଆ କହୁଥିଲେ- ‘ତୁ କେବେ ବି ବୟଫ୍ରେଣ୍ଡ କରିବୁନି’। ଏ ବ୍ୟାପାରରେ ସେମାନେ ବହୁତ ରକ୍ଷଣଶୀଳ ଥିଲେ।

ଅଭିନେତ୍ରୀ ଏହା ବି ସ୍ବୀକାର କରିଛନ୍ତି ଯେ, ପ୍ରେମ ପ୍ରସଙ୍ଗରେ ବଲିଉଡ୍ ତାଙ୍କ ଉପରେ ବହୁତ ପ୍ରଭାବ ପକାଇଥିଲା। ଝରକା ବାହାରକୁ ଦେଖିବା ବେଳେ ବର୍ଷା ବୁନ୍ଦା ପଡ଼ିବା ଦେଖି ସେ ବହୁତ ଖୁସି ହେଉଥିଲେ। ଖବର ଅନୁସାରେ, ଜାହ୍ନବୀ ଶିଖର ପହାଡ଼ିଆଙ୍କୁ ଡେଟ୍ କରୁଛନ୍ତି। ଗତ ମାସରେ ପାପାରାଜି ଦୁହିଙ୍କୁ ଗୋଟିଏ କାର୍‌ରେ ଅର୍ଜୁନ କପୁରଙ୍କ ଘରକୁ ଯିବାର ଦେଖିଥିଲେ। ଶିଖରଙ୍କୁ ମାର୍ଚ୍ଚ ୩୧ ତାରିଖରେ ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ ସେଣ୍ଟରର ଲଞ୍ଚ ସମେତ ଭିନ୍ନ ଭିନ୍ନ ସମୟରେ ବୋନୀ କପୁରଙ୍କ ସହ ମଧ୍ୟ ଦେଖିବାକୁ ମିଳିଛି। ଜାହ୍ନବୀଙ୍କ ଜନ୍ମଦିନରେ ଶିଖର ତାଙ୍କ ସହ ଏକ ରୋମାଣ୍ଟିକ୍ ଛବି ପୋଷ୍ଟ କରିଥିଲେ। ସେ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ‘ଜନ୍ମଦିନର ଶୁଭେଚ୍ଛା’ ଲେଖିଥିଲେ ଏବଂ ତା’ ସହ ଏକ ହୃଦୟର ଚିତ୍ର ବି ରଖିଥିଲେ। ସୂଚନାଯୋଗ୍ୟ, ‌ଶିଖର ହେଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନାତି ଓ ଜଣେ ଶିଳ୍ପପତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button