ମାଆ ଷୋଳ ବୟସୀ, ଝିଅ ହେଲାଣି ବୁଢୀ, ନାତୁଣୀର ବାଳ ପାଚିଗଲାଣି, ଚାଲ ଦେଖିବା ଖୁଡୀ ! Interesting quiz

ଆଜିକାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତବହୁଳ ହୋଇପଡିଲାଣି । ହେଲେ ସେହିମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ନୂଆ ତଥା ମଜାଳିଆ ଜ୍ଞାନ ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ପଢିଲା ମାତ୍ରେ ହିଁ ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲିଆସିବ । ତେବେ ଆଉ ସମୟକୁ ବିଳମ୍ବ ନକରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରିନେବା ।
1-ଘର ଗୋଟିକରେ ବାର ବଖରା ଦୁଇ ବୋହୁଙ୍କର କଡା ପହରା । ଥିରି ଥିରି ଚାଲେ ସାନ ବୋହୁତି ବଡ ବୋହୁ କିନ୍ତୁ ଚାଲେ ଝଅଟି ।
ଉତ୍ତର;- ଏହା ହେଉଛି ଘଣ୍ଟା ।
2- ଏତିକି ଟିକିଏ ଗେଡି ଲୁଗା ପିନ୍ଧେ ଚଉଦ କୋଡି ?
ଉତ୍ତର;- ଏତିକି ଟିକିଏ ଗେଡି, ଲୁଗା ପିନ୍ଧେ ଚଉଦ କୋଡି । ଏହା ହେଉଛି ପିଆଜ ।
3- ଢିଙ୍କି ବସିଛି ପଣେ ଶୁଖେଇ ଦେବାକୁ ଜଣେ ?
ଉତ୍ତର;- ଢିଙ୍କି ବସିଛି ପଣେ ଶୁଖେଇ ଦେବାକୁ ଜଣେ ଏହା ହେଉଛି ଜିଭ ।
4- ଏତିକି ଟିକିଏ ଗାତ ତାହିଁକି ନ ପାଏ ହାତ ?
ଉତ୍ତର;- ଏତିକି ଟିକିଏ ଗାତ ତାହିଁକି ନ ପାଏ ହାତ । ତାହା ହେଉଛି କହୁଣୀ ।
5- ଯାଇଥିଲି ଉତ୍ତର ଦେଖି ଆସିଲି ଫଳ ଉପରେ ପତର ?
ଉତ୍ତର;- ଯାଇଥିଲି ଉତ୍ତର ଦେଖି ଆସିଲି ଫଳ ଉପରେ ପତର । ତାହା ହେଉଛି ସପୁରୀ ।
6- ମୁଁ ଏବେ ଅଛି, ପୁଣି ଏବେ ନାହିଁ । କହିଲ ଦେଖି ମୁଁ କିଏ ?
ଉତ୍ତର;- ମୁଁ ହେଉଛି ସମୟ ।
7- ଲହ ଲହକା ପତର ବଙ୍କା ତା’ ଫଳ ବିକାଏ ମୁଠାଏ ଟଙ୍କା ?
ଉତ୍ତର;- ଲହ ଲହକା ପତର ବଙ୍କା, ତା’ ଫଳ ବିକାଏ ମୁଠାଏ ଟଙ୍କା ହେଉଛି ଧାନ ।
8- ଯାଜପୁରରୁ ଆଇଲା ହାତୀ ତା ଅଇଁଠା ସମସ୍ତେ ଖାଆନ୍ତି ?
ଉତ୍ତର;- ଢିଙ୍କି ।
9- ଚିଲ ଶାଗୁଣା ଏକତ୍ର ବାସ ଡିମ୍ବ ଫୁଟାଇଲେ ଶହେ ପଚାଶ ।
ଉତ୍ତର;- ଗୁଆ ।
10- ମା ଷୋଳ ବଯସୀ ଝିଅର ହେଲାଣି ବୁଢୀ । ନାତୁଣୀର ବାଳ ପାଚିଲାଣି ଚାଲ ଦେଖିବା ଖୁଡୀ ?
ଉତ୍ତର;- ମକା ।
ଯଦି ଏହି ମଜାଳିଆ ଢଗଢମାଳୀ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆହୁରି ମଜାଳିଆ ପୋଷ୍ଟ ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ