ମନୋରଞ୍ଜନ

ନିଜ ମନି ପର୍ସରେ ଚୁପଚାପ ଲୁଚାଇ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ ! କେବେବି ଟଙ୍କାର ଅଭାବ ହେବନି… Vastu Tips

ଦୁନିଆର ପ୍ରତ୍ଯେକଟି ବ୍ୟକ୍ତିଙ୍କୁ ଟଙ୍କାର ଆବଶ୍ୟକତା ରହିଛି । କାରଣ ଟଙ୍କା ଦ୍ଵାରା ହିଁ ଆମେ ଆମର ଆବଶ୍ୟକୀୟ ସାମଗ୍ରୀ କିଣିପାରିଥାଉ । ତେବେ ଅନେକ ଲୋକଙ୍କର ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ଟଙ୍କା ବହୁଳ ଭାବେ ଖର୍ଚ ହୋଇଯାଇଥାଏ । ଦିନରେ ଟଙ୍କା ଭର୍ତ୍ତି ପର୍ସ ରାତିରେ ଖାଲି ହୋଇଯାଇଥାଏ । ତେବେ ଆମେ ଆପଣଙ୍କୁ ନିଜ ପର୍ସରେ ଟଙ୍କା ରଖିବାର ବହୁତ ଭଲ ଉପାୟମାନ ବିଷୟରେ ଏଠାରେ କହିବା ପାଇଁ ଯାଉଛୁ ।

ଯାହା ଦ୍ଵାରା ଆପଣଙ୍କ ଅଯଥା ଖର୍ଚ ଓ ଅଭାବ ଅନାଟନରୁ ଆପଣ ନିଜକୁ ଦୂରରେ ରଖିପାରିବେ । 1- ନୂଆ ପର୍ସ କିଣି ଆଣି ସେଥିରେ ଟଙ୍କା ରଖିବା ଭଲ । ହେଲେ ଯଦି ଆପଣଙ୍କୁ କିଏ ପର୍ସ ଗିଫ୍ଟ ଆକାରରେ ଦେଇଥାଏ । ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

2- ଆପଣ ଯେଉଁ ପର୍ସ ବ୍ୟବହାର କରୁଛନ୍ତି । ପ୍ରତିବର୍ଷରେ ସେହି ପର୍ସକୁ ବଦଳାଇ ନୂଆ ପର୍ସ କିଣିବାକୁ ଚେଷ୍ଟା କରନ୍ତୁ । ପୁରୁଣା ପର୍ସକୁ ଏଣେତେଣେ ନଫୋପାଡି କୌଣସି ଏକ ଗଛ ମୂଳେ ରଖି ଦିଅନ୍ତୁ । ଦରକାର ପଡିଲେ ହଳଦୀ ପାଣିରେ ମଝିରେ ମଝିରେ ନିଜ ପର୍ସକୁ ଧୋଇ ସଫା କରି ବ୍ୟବହାର କରନ୍ତୁ ।

3- ଚିରା ଫଟା କି ଅପରିଷ୍କାର ପର୍ସରେ ଟଙ୍କା ରଖନ୍ତୁ ନାହିଁ । କାରଣ ଟଙ୍କା ବା ପଇସାକୁ ଆମେ ଲକ୍ଷ୍ମୀ ମା’ ବୋଲି ଭାବିଥାଉ । ତେଣୁ ଲକ୍ଷ୍ମୀ ମା’ କେବେବି ଅପରିଷ୍କାର ସ୍ଥାନରେ ରହିବାକୁ ପସନ୍ଦ କରନ୍ତି ନାହିଁ । 4- ବର୍ତ୍ତମାନ ସମୟରେ ଅନେକ ଲୋକ ଅନଲାଇନରେ ଟଙ୍କା କାରବାର କରୁଛନ୍ତି । ହେଲେ ସେହି ଟଙ୍କାରୁ କିଛି କିଛି ଆଣି ନିଜ ପର୍ସରେ ରଖି ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।

5- ପର୍ସରେ ଟଙ୍କା ରଖୁଥିବା ବ୍ୟକ୍ତି ମାନେ ନୋଟ ଓ ଏବଂ କଇନକୁ ଅଲଗା ଅଲଗା କରି ରଖିବା ସହ ସାଇଜ କରି ରଖନ୍ତୁ । ଯାହା ଦ୍ଵାରା ଆପଣଙ୍କ ପାଖକୁ ଧନର ଆଗମନ ହୋଇଥାଏ । 6- ପର୍ସରେ କାହାର ଫୋଟ ରଖନ୍ତୁ ନାହିଁ । ପର୍ସରେ କୌଣସି ପ୍ରକାର ଅଦରକାରୀ ସାମଗ୍ରୀ କି ପୁରୁଣା କାଗଜ ରଖନ୍ତୁ ନାହିଁ ।

7- ପର୍ସରୁ ଘରର ସଦସ୍ୟଙ୍କୁ ଟଙ୍କା ଚୋରୀ କରିବା ପାଇଁ ମନା କରିବେ । ଯଦି ସେମାନଙ୍କର କିଛି ଟଙ୍କା ଦରକାର ପଡିଥାଏ । ତେବେ ସେମାନେ ଆପଣଙ୍କୁ ମାଗିକି ନେବା ଉଚିତ । କାରଣ ଟଙ୍କା ପର୍ସରୁ ଚୋରୀ କରିବା ଦ୍ଵାରା ଦୁର୍ଭାଗ୍ୟ ଆସିଥାଏ । ରୂପା କଇନକୁ ମା’ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ନିଜ ପର୍ସରେ ରଖନ୍ତୁ । ନଚେତ କଉଡି ଗୋଟିଏ ଆଣି ନିଜ ପର୍ସରେ ରଖନ୍ତୁ ।

ଏହା ଛଡା ସ୍ନାନ ସାରି ଗୋଟିଏ ଓସ୍ତ ପତ୍ରକୁ ଗଙ୍ଗା ପାଣିରେ ଧୋଇ ସେଥିରେ କୁଙ୍କୁମରେ ଶ୍ରୀ ବୋଲି ଲେଖି ନିଜ ପର୍ସରେ ରଖନ୍ତୁ । ଏହା ଶୁଖିଗଲା ପରେ ଏହାକୁ କାଢି ଅନ୍ୟ ଏକ ପତ୍ର ସେହିଭାବେ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କର ଆର୍ଥିକ ଭଲ ରହିଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button