ମନୋରଞ୍ଜନ

ପୂର୍ବ ସ୍ବାମୀ ଓ ବନ୍ଧୁ ଇନ୍‌ଷ୍ଟା ଆକାଉଣ୍ଟ୍‌ ହ୍ୟାକ୍‌ କରିଥିବା ଅଭିଯୋଗ ଆଣିଲେ ରାକ୍ଷୀ – Ibnodisha

[ad_1]

ମୁମ୍ବାଇ : ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କ ପୂର୍ବ ସ୍ବାମୀ ଆଦିଲ୍‌ ଦୁର‌ାନି ଜେଲ୍‌ରୁ ବାହାରିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରାକ୍ଷୀ। ରାଖି ଉମରାହ ଯିବା ବେଳେ ତାଙ୍କୁ କିଛି ଫଟୋଗ୍ରାଫର୍‌ ଭେଟିଥିଲେ। ଏହି ଅବସରରେ ରାକ୍ଷୀ କହିଛନ୍ତି ଯେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌କୁ ହ୍ୟାକ୍‌ କରାଯାଇଛି। ଏହି କାମ ତାଙ୍କ ବନ୍ଧୁ ରାଜଶ୍ରୀ ଏବଂ ପୂର୍ବ ସ୍ବାମୀ ଆଦିଲ କରିଛନ୍ତି ବୋଲି ସେ କହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌‌ରେ ରାକ୍ଷୀଙ୍କର ପ୍ରାୟ ୧୦ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ରାକ୍ଷୀ କହିଛନ୍ତି କି ଆଦିଲ ଏବଂ ରାଜଶ୍ରୀ ମିଶି ତାଙ୍କର ଖାଇବା ପିଇବା ବି ବନ୍ଦ କରି ସାରିଲେଣି। ସେମାନେ ନିର୍ଯାତନା ଦେଉଥିବା କଥା ରାକ୍ଷୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ରାକ୍ଷୀ ଓ ଆଦିଲ ପରସ୍ପର ଉପରେ ଦୋଷ ଲଦିବା କଥା ଏବେ ପୁରୁଣା ହେଲାଣି। କିଛିଦିନ ତଳେ ଆଦିଲ ଅଭିଯୋଗ କରି କହିଥିଲେ କି, ରାକ୍ଷୀ ତାଙ୍କର ଅଶ୍ଳୀଳ ଭିଡିଓ କରିଛନ୍ତି। ଏହି କ୍ରମରେ  ରାକ୍ଷୀ ସ୍ବାମୀ ଆଦିଲ ଖାନ ଦୁର୍ରାନୀଙ୍କ ନାମରେ ଅଭିଯୋଗ ଆଣି କହିଛନ୍ତି, ‘ଆଦିଲ ମୋର ଅନେକ ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ। ଏସବୁ ସେ ମୁଁ ମନା କରିବା ସତ୍ତ୍ବେ ରେକର୍ଡ କରିଥିଲେ। ଏମିତି କି ମୁଁ ଗାଧେଇବା ଘରେ ଥିବା ବେଳେ ବି ଆଦିଲ ମୋ ଭିଡିଓ କରିଛନ୍ତି। ଏହି ଭିଡିଓ ଯଦି ଭାଇରାଲ ହୋଇଯିବ କ’ଣ କରିବି। ବିଷ ଖାଇଦେବି। ଜୀବନ ହାରିଦେବି। କେଉଁଆଡେ ଯିବି। ମୁଁ ସାଧ‌ାରଣ ଝିଅ ନୁହେଁ। ଭାରତର ଜଣେ ସେଲିବ୍ରିଟି। ବିବାହର ଗୋଟିଏ ବର୍ଷ ଭିତରେ ସେ ମୋତେ ଛାଡ଼ପତ୍ର ଦେଇଛନ୍ତି। ସେ ମୋର ଅଶ୍ଳୀଳ ଫଟୋ ଓ ଭିଡିଓ ରେକର୍ଡ କରି ଦୁବାଇରେ ବିକ୍ରି କରିଛନ୍ତି। ଯାହା ପାଇଁ ସେ ୪୭ଲକ୍ଷ ଟଙ୍କା ବି ପ୍ରାପ୍ତ କରିଛନ୍ତି। ମୁଁ ଏସବୁ ଜାଣିବା ପ‌ରେ ସ୍ତବ୍ଧ ହୋଇଯାଇଛି।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button