ମନୋରଞ୍ଜନ

ପଞ୍ଜାବ କିଙ୍ଗସରେ ବିବାଦ; ମାଲିକଙ୍କ ସମ୍ପର୍କରେ ଫାଟ, କୋର୍ଟ ପହଞ୍ଚିଲେ ପ୍ରୀତିଜିଣ୍ଟା

ନୂଆଦିଲ୍ଲୀ ୧୮।୦୮: ଆଇପିଏଲ୍ ୨୦୨୫ । ଆରମ୍ଭ ପୂର୍ବରୁ ରହିଛି ଖୁବ୍ ଚର୍ଚ୍ଚାରେ । କେତେବେଳେ ପ୍ଲେୟରଙ୍କୁ ନେଇ ତ କେତେବେଳେ ଫ୍ରାଞ୍ଚାଇଜ୍କୁ ନେଇ । ଏବେ କୌଣସି ପ୍ଲେୟରଙ୍କୁ ନେଇ ନୁହେଁ ବରଂ ଫ୍ରାଞ୍ଚାଇଜ୍କୁ ନେଇ ଚର୍ଚ୍ଚା । ବାସ୍ତବରେ ଏବେ ପଞ୍ଜାବ କିଙ୍ଗସକୁ ନେଇ ସାମ୍ନାକୁ ଆସିଛି ବିବାଦ । ପଞ୍ଜାବ କିଙ୍ଗସ ମାଲିକଙ୍କ ମଧ୍ୟରେ ଦେଖାଦେଇଛି ଫାଟ ।

ଯାହା ସମସ୍ତଙ୍କୁ କରିଛି ଖୁବ୍ ଚକିତ ।

ଏହାକୁ ନେଇ କୋର୍ଟରେ ପହଞ୍ଚିଛନ୍ତି ବଲିଉଡ୍ ଅଭିନେତ୍ରୀ । ଟିମ୍ର କୋ-ଓନର ଏବଂ ପ୍ରୀତିଜିଣ୍ଟାଙ୍କ ଫ୍ରାଞ୍ଚାଇଜ୍ର ସବୁଠାରୁ ବଡ ଶେୟାର ଧାରକ ମୋହିତ ବର୍ମନ । ତାଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର କରିଛନ୍ତି ଅଭିନେତ୍ରୀ । ପ୍ରୀତି ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ମୋହିତ ବର୍ମନଙ୍କ ବିରୋଧରେ କେସ୍ କରିଛନ୍ତି । ପ୍ରୀତିଜିଣ୍ଟା କୋର୍ଟରେ ବର୍ମନଙ୍କ ଦ୍ବାରା ନିଜର ଅଂଶଧନ ବିକ୍ରି କରିବା ପ୍ରୟାସରେ ରୋକ ଲଗାଇବାକୁ ଦାବି କରିଛନ୍ତି ।

ପଞ୍ଜାବ କିଙ୍ଗ୍ସର ମୂଳ କମ୍ପାନୀ କେପିଏଚ୍ ଡ୍ରିମ୍ କ୍ରିକେଟ ପ୍ରାଇଭେଟ୍ ଲିମିଟେଡରେ ମୋହିତ ବର୍ମନଙ୍କର ୪୮ ପ୍ରତିଶତ ଅଂଶ ରହିଛି । ନିକଟରେ ଖବର ଆସିଥିଲା କି ବର୍ମନ ନିଜର ୧୧.୫ ପ୍ରତିଶତ ଶେୟାରକୁ କୌଣସି ଥାର୍ଡ ପାର୍ଟିକୁ ବିକ୍ରି କରିବାକୁ ଚାହୁଁଛନ୍ତି ।

ଶେୟାର ବିକ୍ରି କରିବା ଏକ ନିଜସ୍ବ ବ୍ୟବସାୟିକ ପ୍ରକ୍ରିୟା ଅଟେ । କିନ୍ତୁ ନିଜ ପାର୍ଟନରଙ୍କ ସହ ଆନ୍ତରିକ ବୁଝାମଣାରେ ପ୍ରଥମେ ନିଜ ଭାଗିଦାରୀଙ୍କୁ ଦେବା ଉଚିତ୍ । କ୍ରିକ୍ବଜ୍ ରିପୋର୍ଟ ଅନୁଯାୟୀ, ମୋହିତ ବର୍ମନ ନିଜର ଅଂଶଧନ ବିକ୍ରି କରିବାର ଯୋଜନାକୁ ମନା କରିଦେଇଛନ୍ତି । ସେ କହିଛନ୍ତି କି ମୋର ଅଂଶଧନ ବିକ୍ରି କରିବାର କୌଣସି ଯୋଜନା ନାହିଁ ।

ତେବେ ଏହି ମାମଲାରେ ପ୍ରୀତି ଜିଣ୍ଟା ଆଇନର ସହାୟତା ନେଇଛନ୍ତି । ଏହି ମାମଲାର ଶୁଣାଣୀ ୨୦ ଅଗଷ୍ଟରେ ହେବ । ତେବେ ଏହି ବିବାଦରେ ଅନ୍ୟ ଭାଗିଦାରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନି । ରିପୋର୍ଟ ଅନୁଯାୟୀ ପ୍ରୀତିଜିଣ୍ଟା ନିଜର ଯାଚିକାରେ କହିଛନ୍ତି କି ବର୍ମନଙ୍କ ଟିମ୍ ସବୁଠାରୁ ବଡ ଭାଗିଦାରୀ ଅଟନ୍ତି ଏବଂ ବୋର୍ଡ ଅଫ୍ ଡାଏରେକ୍ଟରରେ ମଧ୍ୟ ସାମିଲ ଅଛନ୍ତି ।

ପଞ୍ଜାବ କିଙ୍ଗ୍ସର ୧୧.୫ ପ୍ରତିଶତ ଅଂଶଧନର ମୂଲ୍ୟ ୫୪୦ ରୁ ୬୦୦କୋଟି ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି । ରିପୋର୍ଟ ଅନୁଯାୟୀ ପଞ୍ଜାବ କିଙ୍ଗସ ଏପର୍ଯ୍ୟନ୍ତ ଆଇପିଏଲ ଟାଇଟଲ ଜିତିବା ଦୂରର କଥା ଇନି । ଗତ ଏକ ଦଶନ୍ଧି ଧରି ଦଳ ପ୍ଲେ ଅଫରେ ମଧ୍ୟ ପହଞ୍ଚି ପାରିନି ।

Related Articles

Leave a Reply

Your email address will not be published. Required fields are marked *

Back to top button