ଖେଳ

ସେନା ଦେଶରେ କ୍ୟାପଟେନ୍‌ ଭାବେ କିଏ ଜିତିଛି ଅଧିକ ମ୍ୟାଚ୍ ? ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ ୧୮।୦୮: ସାରା ବିଶ୍ବରେ ଭାରତୀୟ କ୍ରିକେଟରଙ୍କ ଦବଦବା । ଖାସ୍ କରି ସେନା ଦେଶରେ ଦେଖାଇଛନ୍ତି ଜଲଓ୍ବା । ତେବେ କଣ ଏହି ସେନା ଦେଶ । ବାସ୍ତବରେ ସାଉଥ୍ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆକୁ କୁହାଯାଏ ସେନା ଦେଶ ।

ତେବେ ଜାଣନ୍ତି କି କେଉଁ ଭାରତୀୟ କ୍ରିକେଟର ନିଜ କ୍ୟାପଟେନସିପ୍ରେ ସେନା ଦେଶରେ ଜିତିଛନ୍ତି ସର୍ବାଧିକ ମ୍ୟାଚ୍ ।

ଆସନ୍ତୁ ଜାଣିବା… ସେନା ଦେଶ ସର୍ବାଧିକ ମ୍ୟାଚ୍ ଜିତିଛନ୍ତି ମହେନ୍ଦ୍ର ସିଂ ଧୋନି । ମାହିଙ୍କ ଅଧିନାୟକତ୍ୱରେ ସେନା ଦେଶରେ ୪୪ଟି ମ୍ୟାଚ୍ ଜିତିଛି ଭାରତ ।

 

ଏହି ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛିନ୍ତି ବିରାଟ କୋହଲି । ତାଙ୍କ ଅଧିନାୟିକତ୍ବରେ ସେନା ଦେଶରେ ୩୭ଟି ମ୍ୟାଚ ଜିତିଛି ଭାରତ । ମାହି ଏବଂ ବିରାଟ କୋହଲିଙ୍କ ପରେ ସୌରଭ ଗାଙ୍ଗୁଲି ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି । ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତ ସେନା ଦେଶରେ ୨୬ଟି ମ୍ୟାଚ୍ ଜିତିଛି ।

 

ଏହି ତାଲିକାରେ ଚତୁର୍ଥ ସ୍ଥାନରେ ମହମ୍ମଦ ଅଜହରୁଦ୍ଦିନ ରହିଛନ୍ତି । ତାଙ୍କ ଅଧିନାୟକତ୍ୱରେ ସେନା ଦେଶରେ ଭାରତ ୧୯ଟି ମ୍ୟାଚ ଜିତିଥିଲା। ଏହା ପଛକୁ ତଥା ଲିଷ୍ଟର ୫ମରେ ରହିଛନ୍ତି କପିଲ ଦେବଙ୍କ ନମ୍ବର ।

 

କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତ ସେନା ଦେଶରେ ୧୪ ଟି ମ୍ୟାଚ ଜିତିଥିଲା। ତେବ କପିଲ ଦେବଙ୍କ ନେତୃତ୍ୱରେ ଭାରତ ୧୯୮୩ରେ ODI ବିଶ୍ୱକପ ମଧ୍ୟ ଜିତିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button