ଇସ୍ତଫା ଦେଲେ ପାକିସ୍ତାନ ଚୟନକର୍ତ୍ତା ଇଞ୍ଜାମାମ୍ – Ibnodisha
[ad_1]
ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜାମାମ୍ ଉଲ୍ ହକ୍ ଇସ୍ତଫା ଦେଇଛନ୍ତି । ୨୦୨୩ କ୍ରିକେଟ୍ ବିଶ୍ୱକପକ୍ଷହ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ମଧ୍ୟରେ ସେ ଏହି ଇସ୍ତଫା ଦେଇଛନ୍ତି । ପାକିସ୍ତାନ ବର୍ତ୍ତମାନ ସୁଦ୍ଧା ବିଶ୍ୱକପ୍ରେ ଛଅଟି ମ୍ୟାଚରୁ ମାତ୍ର ଦୁଇଟିରେ ବିଜୟୀ ହୋଇଛି ଏବଂ ଗ୍ରୁପ୍ ପର୍ୟ୍ୟାୟରୁ ବିଦାୟ ନେବାର ସମ୍ଭାବନା ଅଧିକ ରହିଛି । ରିପୋର୍ଟ ଅନୁଯାୟୀ, ଇଞ୍ଜାମାମ ୟାଜୋ ଇଣ୍ଟରନ୍ୟାସନାଲ ଲିମିଟେଡରେ ସେୟାର ହୋଲ୍ଡର ଅଛନ୍ତି ଅନେକ କ୍ରିକେଟରଙ୍କ ଏଜେଣ୍ଟ ତଲହା ରେହମାନୀଙ୍କର ଏହି କମ୍ପାନୀ ଥିଲା । ଏହି କମ୍ପାନୀ ପକ୍ଷରୁ ବାବର ଆଜମ, ମହମ୍ମଦ ରିଜୱାନ ଏବଂ ଶାହିନ ଆଫ୍ରିଦିଙ୍କ ଭଳି ଏକାଧିକ କ୍ରିକେଟର ପ୍ରତିନିଧିତ୍ୱ କରୁଛି । ଖେଳାଳିଙ୍କ ଦରମାକୁ ନେଇ ଚାଲିଥିବା ବିବାଦରେ ଇଞ୍ଜାମାମଙ୍କ ସମ୍ପୃକ୍ତିକୁ ନେଇ ବଡ଼ ବିବାଦ ସୃଷ୍ଟି କରିଛି । ଏଥିପାଇଁ ଇଞ୍ଜାମାମ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଇଞ୍ଜାମାମ୍ କହିଛନ୍ତି ଯେ ଅଭିଯୋଗ ପରେ ସେ ପିସିବି ଯାଇଥିଲେ ଏବଂ ବୋର୍ଡକୁ ତଦନ୍ତ କରିବାକୁ କହିଥିଲେ । ଯେହେତୁ ତାଙ୍କ ଉପରେ ପ୍ରଶ୍ନ ଉଠିଥିଲା ତେଣୁ ସେ ଏହି ନିଷ୍ପତ୍ତି ନେଇଥିଲେ ଏବଂ ଇସ୍ତଫା ଦେଇଛନ୍ତି । ବିନା ତଦନ୍ତରେ ଲୋକେ ବୟାନବାଜି କରୁଛନ୍ତି । ଖେଳାଳି-ଏଜେଣ୍ଟ କମ୍ପାନି ସହ ମୋର କୌଣସି ସମ୍ପର୍କ ନାହିଁ ବୋଲି ଇଞ୍ଜାମାମ୍ ସ୍ପଷ୍ଟ କରିଛନ୍ତି ।
[ad_2]