ଖେଳ

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିବେନି ହାର୍ଦିକ – Ibnodisha

[ad_1]

ପୁଣେ : ଚଳିତ ବିଶ୍ବକପ୍‌ରେ ଘରୋଇ ଭାରତ ଅଦ୍ୟାବଧି ୫ଟିଯାକ ମ୍ୟାଚ୍‌ରେ ଅପରାଜେୟ ରହିଛି। ତେବେ ଦଳ ଗତ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ରେ ଅଲ୍‌ରାଉଣ୍ଡର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସେବାରୁ ବଞ୍ଚିତ ହୋଇଥିଲା। ତେବେ ସପ୍ତାହକ ପରେ ଦଳର ପରବର୍ତ୍ତୀ ମ୍ୟାଚ୍‌ ଥିବାରୁ ସେ ଇଂଲଣ୍ଡ ବିପକ୍ଷରେ ଖେଳିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଭାରତୀୟ ଦର୍ଶକ କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ତାଙ୍କୁ ମିସ୍‌ କରିବେ। କାରଣ ସେ ରବିବାର ଲକ୍ଷ୍ନୌଠାରେ ହେବାକୁ ଥିବା ମ୍ୟାଚ୍‌ରେ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ହାର୍ଦ୍ଦିକ ପୁଣେଠାରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମୁକାବିଲାରେ ଆହତ ହେବା ପରେ ତାଙ୍କୁ ବିସିସିଆଇ ମେଡିକାଲ୍‌ ଟିମ୍‌ ବେଙ୍ଗାଲୁରୁସ୍ଥିତ ଏନ୍‌ସିଏରେ ରିହାବିଲି​‌େଟସନ୍‌ ପାଇଁ​ ପଠାଇଥିଲା। ଲିଗାମେଣ୍ଟ୍‌ରେ ଆଘାତ ପାଇଥିବାରୁ ସେ ଅଦ୍ୟାବଧି ସୁସ୍ଥ ହୋଇ ନ ଥିବା ବେଳେ ଗୁରୁବାର ଫିଟ୍‌ନେସ୍‌ ଟେଷ୍ଟ୍‌ର ସମ୍ମୁଖୀନ ହେବେ। ଏହାପରେ ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ବିସିସିଆଇ ପକ୍ଷରୁ ଠୋସ୍‌ ଘୋଷଣା କରାଯିବ। ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ଗତ ମ୍ୟାଚ୍‌ରେ ଭାରତ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନ୍‌ ଭାବେ ସୂର୍ଯ୍ୟକୁମାର ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍‌ କରିଥିଲା। କିନ୍ତୁ ସେ ମାତ୍ର ୨ ରନ୍‌ କରି ଆଉଟ୍‌ ହେବା ଫଳରେ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ରାହୁଲ୍‌ ଦ୍ରାବିଡ଼ ପରବର୍ତ୍ତୀ ମ୍ୟାଚ୍‌ରେ ତାଙ୍କୁ ବଜାୟ ରଖିବା ନେଇ ସନ୍ଦେହ ରହିଛି। ତାଙ୍କ ସ୍ଥାନରେ ଦଳ ଅତିରିକ୍ତ ସ୍ପିନର୍‌ ଭାବେ ଭେଟେରାନ୍‌ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କୁ ଖେଳାଇବାର ସମ୍ଭାବନା ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button