ଖେଳ

ଗୌତମ ଗମ୍ଭୀରକୁ ରିପ୍ଲେସ କରିବେ ଜାହିର ଖାନ, ଟିମର ହେବେ ମେଣ୍ଟର

ଗୌତମ ଗମ୍ଭୀର ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରହିଛନ୍ତି । ଏହାପୂର୍ବରୁ ଗୌତମ ଗମ୍ଭୀର ଆଇପିଏଲ ୨୦୨୪ରେ କୋଲକତା ନାଇଟ ରାଇଡର୍ସର ମେଣ୍ଟର ଭାବେ ନଜର ଆସିଥିଲେ । କୋଲକତା ନାଇଟ ରାଇଡର୍ସ ମେଣ୍ଟର ପୂର୍ବରୁ ଲକ୍ଷ୍ନୌ ସୁପରଜିଆଣ୍ଟସର ମେଣ୍ଟର ଥିଲେ । ଗମ୍ଭୀରଙ୍କ ପରେ ଲକ୍ଷ୍ନୌର ଫ୍ରାଞ୍ଚାଇଜରେ କୌଣସି ନୂଆ ମେଣ୍ଟର ନିଯୁକ୍ତ ହୋଇନାହାନ୍ତି ।

ଜାହିର ଖାନଙ୍କ ସହିତ ଏନେଇ କଥାବାର୍ତ୍ତା ଚାଲିଛି ।

ଖବର ମୁତାବକ, ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ଛଡା ବୋଲିଂ କୋଚ ପଦବୀ ଖାଲି ରହିଛି । ଏବେ ଟିମର ବୋଲିଂ କୋଚ ପଦ ଛାଡିଛନ୍ତି ମୋର୍ଣ୍ଣ ମର୍କେଲ । ମର୍କେଲ ଏବେ ଭାରତୀୟ ଟିମର କୋଚିଂ ଷ୍ଟାଫରେ ରହିଛନ୍ତି । ଜାହିର ଖାନ ମେଣ୍ଟର ଭାବେ ଅଧିକ ଫିଟ୍‌ ରହିଛନ୍ତି । ସେ ଟିମକୁ ପ୍ରଶିକ୍ଷଣ ଦେଇପାରିବେ ।

ତେବେ ଜାହିର ଖାନ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ କଥାବାର୍ତ୍ତା ଚାଲିଛି । କିନ୍ତୁ ଏହାକୁ ନେଇ ଲକ୍ଷ୍ନୌ କିମ୍ବା ଜାହିର ଖାନଙ୍କ ତରଫରୁ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ ।

ସୂଚନାଯୋଗ୍ୟ, ଜାହିର ଖାନ ଭାରତ ପାଇଁ ୩ଟି ଯାକ ଫର୍ମାଟରେ ଖେଳିସାରିଛନ୍ତି । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିଛନ୍ତି । ଟିମ୍‌ ପାଇଁ ୯୨ ଟେଷ୍ଟ, ୨୦୦ ଦିନିକିଆ ଏବଂ ୧୭ଟି ୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ଜାହିର ୩୨.୯୪ ପ୍ରତିଶତରେ ୩୧୧ ଓ୍ଵିକେଟ ନେଇଛନ୍ତି । ଏହାଛଡା ଦିନିକିଆ ପେସର ଭାବେ ୨୯.୪୩ ପ୍ରତିଶତରେ ୨୮୨ ଓ୍ଵିକେଟ ନିଜ ନାମରେ କରିଛନ୍ତି । ତାଙ୍କ ଶ୍ରେଷ୍ଠ ବୋଲିଂ ୫/୪୨ ରହିଛି । ବାକି ଟି୨୦ ଇଣ୍ଟରନ୍ୟାସନାଲରେ ୧୭ ଇନିଂସରେ ୨୬.୩୫ ପ୍ରତିଶତରେ ୧୭ ଓ୍ଵିକେଟ ନିଜ ନାମରେ କରିଛନ୍ତି । ଟି୨୦ ଇଣ୍ଟରନ୍ୟାସନାଲରେ ଜାହିର ଖାନଙ୍କ ଶ୍ରେଷ୍ଠ ବୋଲିଂ ୪/୧୯ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button