ମନ୍ଥର ବୋଲିଂ ପାଇଁ ଭାରତ, ଇଣ୍ଡିଜ୍ ଦଣ୍ଡିତ – Ibnodisha
[ad_1]
ତ୍ରିନିଦାଦ୍ : ଗୁରୁବାର ତ୍ରିନିଦାଦ୍ରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ମନ୍ଥର ଓଭର୍ ରେଟ୍ ଯୋଗୁଁ ଆଇସିସି ଟିମ୍ ଇଣ୍ଡିଆ ଏବଂ ୱେଷ୍ଟ୍ଇଣ୍ଡିଜ୍କୁ ଜୋରିମାନାରେ ଦଣ୍ଡିତ କରିଛି । ନିର୍ଦ୍ଧାରିତ ସମୟରେ ଗୋଟିଏ ଓଭର୍ କମ୍ ବୋଲିଂ କରିଥିବାରୁ ଟିମ୍ ଇଣ୍ଡିଆର ପାଞ୍ଚ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଛି । ସେହିପରି ଦୁଇ ଓଭର୍ କମ୍ ବୋଲିଂ ଯୋଗୁଁ ୱେଷ୍ଟଇଣ୍ଡିଜ୍ ଉପରେ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜୋରିମାନା କରାଯାଇଛି ।
ଏହି ଜୋରିମାନା ଆଇସିସି ଏଲିଟ୍ ପ୍ୟାନେଲ୍ର ମ୍ୟାଚ୍ ରେଫରି ରିଚି ରିଚାର୍ଡସନ୍ ଲଗାଇଛନ୍ତି । ଆଇସିସି କୋଡ୍ ଅଫ୍ କଣ୍ଡକ୍ଟର ଧାରା ୨.୨୨ ଅନୁସାରେ ଏହି ଜୋରିମାନା କରାଯାଇଛି । ଦୁଇ ଟିମ୍ର କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ରୋଭ୍ମାନ୍ ପାୱେଲ୍ ଦୋଷ ମାନିନେବା ସହ ଜୋରିମାନାକୁ ସ୍ୱୀକାର କରିନେଇଥିବାରୁ ଶୁଣାଣିର ଆବଶ୍ୟକତା ପଡ଼ିନଥିଲା । ସୂଚନାଯୋଗ୍ୟ, ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୪ ରନ୍ରେ ପରାଜିତ ହୋଇଛି । ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ରବିବାର ଗାଏନାରେ ଖେଳାଯିବ ।
[ad_2]