ଖେଳ

ଆଇପିଏଲ୍‌ର ସ୍ୱତନ୍ତ୍ର ଲିଷ୍ଟ୍‌ରେ ତିଳକ ବର୍ମା – Ibnodisha

[ad_1]

ମୁମ୍ବାଇ: ଗୁରୁବାର ପଞ୍ଜାବକୁ କିଙ୍ଗ୍‌ସକୁ ୯ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ହରାଇ ଚଳିତ ଆଇପିଏଲ୍ ସିଜନ୍‌ରେ ତୃତୀୟ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ମୁମ୍ବାଇ ପକ୍ଷରୁ ଚମତ୍କାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ସୂର୍ଯ୍ୟକୁମାର ଯାଦବ ୭୮ ରନ୍‌ର ଇନିଂସ୍ ଖେଳିଥିବା ବେଳେ ଶେଷ ଆଡ଼କୁ ବ୍ୟାଟିଂ ପାଇଁ ଆସିଥିବା ବାମହାତୀ ଯୁବ ବ୍ୟାଟର୍ ତିଳକ ବର୍ମା ମାତ୍ର ୧୮ ବଲ୍‌ରେ ଦୁଇଟି ଲେଖାଏଁ ଛକା ଓ ଚୌକା ସହାୟତାରେ ୩୪ ରନ୍‌ର ଅପରାଜିତ ଇନିଂସ୍ ସହିତ ଟିମ୍‌ର ସ୍କୋର୍ ୧୯୦ ରନ୍ ପାର୍ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହି ଦମଦାର ଇନିଂସ୍ ବଳରେ ତିଳକ ଆଇପିଏଲ୍‌ର ଏକ ସ୍ୱତନ୍ତ୍ର ଲିଷ୍ଟ୍‌ରେ ମଧ୍ୟ ସାମିଲ ହୋଇଛନ୍ତି । ଏହି ଅପରାଜିତ ଇନିଂସ୍‌ରେ ଦୁଇଟି ଛକା ସହିତ ତିଳକ ଆଇପିଏଲ୍ କ୍ୟାରିୟର୍‌ରେ ୫୦ ଛକା ପୂରଣ କରିଥିଲେ । ଏହା ସହିତ ୨୧ ବର୍ଷ ବୟସରେ ୫୦ ଛକା ମାରିବାରେ ସେ ଋଷଭ ପନ୍ତ୍‌ଙ୍କ ପରେ ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ଖେଳାଳି ହୋଇଛନ୍ତି । ପନ୍ତ୍ ୨୧ ବର୍ଷ ବୟସରେ ଆଇପିଏଲ୍‌ରେ ୯୪ ଛକା ମାରିଥିଲେ । ରାଜସ୍ଥାନ ରୟାଲ୍ସ ଯୁବ ଓପ୍ନର ଯଶସ୍ୱୀ ଜୟସ୍ୱାଲ୍ ଏହି ଲିଷ୍ଟ୍‌ର ତୃତୀୟ ସ୍ଥାନରେ ରହିଛନ୍ତି । ୨୧ ବର୍ଷ ବୟସରେ ତାଙ୍କ ନାମରେ ୪୮ ଛକା ରହିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button