ରାଜ୍ୟ

ବିଜେଡିର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା – Ibnodisha

[ad_1]

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବିଜେଡି ଷଷ୍ଠ ପର୍ଯ୍ୟାୟରେ ୯ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରି ବଡଚଣାରୁ ଅମର ଶତପଥୀଙ୍କ ଟିକେଟ କାଟି ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ଦେଲା ଟିକେଟ । ବିଜେଡିର ବରିଷ୍ଠ ନେତା ତଥା ଦଳର ଜଣେ ପ୍ରତିଷ୍ଠାତା ବିଧାୟକ ଅମର ପ୍ରଶାଦ ଶତପଥୀଙ୍କୁ ଶକ୍ତ ଧକ୍କା ଲାଗିଛି । ଅମର କିମ୍ବା ତାଙ୍କ ପୁଅକୁ ବିଜେଡି ପ୍ରାର୍ଥୀ କଲା ନାହିଁ । ସେହିପରି କେନ୍ଦ୍ରାପଡାରେ ବରିଷ୍ଠ ବିଧାୟକ ଶଶୀ ଭୂଷଣ ବେହେରାଙ୍କୁ ବାଦ ଦେଇ କଂଗ୍ରେସରୁ ଆସି ଯୋଗ ଦେଇଥିଲା ଗଣେଶ୍ୱରଙ୍କ ଉପରେ ଭରଷା କରିଛନ୍ତି ନବୀନ । ସିମୁଳିଆରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପାଣିଗ୍ରାହିଙ୍କ ଟିକେଟ ମଧ୍ୟ କଟିଛି । ଚମ୍ପୁଆରେ ବିଧାୟିକା ମୀନକ୍ଷ ମହାନ୍ତଙ୍କ ଟିକେଟ କଟିଛି । ସେଠି ସନାଙ୍କ ଉପରେ ଦଳ ଭରଷା କରିଛି ।

୧)ଚିଲିକା-ରଘୁନାଥ ସାହୁ
୨)ବଡଚଣାରୁ-ବର୍ଷା ପ୍ରିୟଦର୍ଶିନୀ
୩)ଆନନ୍ଦପୁର-ଅଭିମନ୍ୟୁ ସେଠୀ
୪)କେନ୍ଦ୍ରାପଡା-ଗଣେଶ୍ୱର ବେହେରା
୫)ଚମ୍ପୁଆ-ସନାତନ ମହାକୁଡ
୬)ସାରସକଣା-ଦେବାଶିଷ ମାରାଣ୍ଡି
୭)କରଞ୍ଜିଆ-ବାସନ୍ତୀ ହେମ୍ବ୍ରମ
୮)ରେମୁଣା-ବିଦ୍ୟାସ୍ମିତା ମହାଳିକ
୯)ସିମୁଳିଆ-ସୁଭାଷିନୀ ସାହୁ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button