ରାଜ୍ୟ

ରତ୍ନଭଣ୍ଡାର ତଦାରଖ କମିଟି ଦେଲେ ପ୍ରସ୍ତାବ , ୧୪ରେ ଖୋଲିବ ରତ୍ନଭଣ୍ଡାର ..

ଆସନ୍ତା ୧୪ ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ଆଜି କମିଟିର ଦ୍ବିତୀୟ ବୈଠକ ପରେ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ୧୪ରେ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେବେ । ସରକାରଙ୍କ ଅନୁମତି ପାଇଲେ ରତ୍ନଭଣ୍ଡାର ଖୋଲାଯିବ । ଯେ କୌଣସି ପ୍ରକାର ତାଲା ଖୋଲାଯିବ ।

ଯେଉଁ ଚାବି ଥାଉ କିମ୍ବା ଯେଉଁ ଚାବି ଅଛି, ସେହି ଚାବିରେ ଖୋଲୁ କି ନଖୋଲୁ, ଯେ କୌଣସି ପ୍ରକାରରେ ଆମେ ତାଲା ଖୋଲିବୁ ପୂର୍ବରୁ ହୋଇଥିବା କମିଟିର ପ୍ରଥମ ବୈଠକ ପରେ ଭଣ୍ଡାରର ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି ବୋଲି ଜଷ୍ଟିସ୍ ରଥ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ୯ ତାରିଖ ଅର୍ଥାତ୍ ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ । ଚାବି ଉପସ୍ଥାପନ ହେଲା ପରେ, ରତ୍ନଭଣ୍ଡାର କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ନିଆଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button