ରାଜ୍ୟ

ଗଛରେ ପିଟିହେଲା ବୋଲେରୋ, ଚାଳକ ମୃତ – Ibnodisha

[ad_1]

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ବଣାଇ ଥାନା ଜକେଇକଳା ଗାଁ ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଓଲଟିପଡ଼ିଥିଲା। ଘଟଣାସ୍ଥଳରେ ଚାଳକର ମୃତ୍ୟୁ ହୋଇଛି। ମୃତକ ହେଲେ ମହୁଲଡିଆ ଗ୍ରାମର ମୁରଲୀଧର ସାହୁ (ପିଙ୍କୁ)। ସେ ବୋଲେରୋରେ ବଣାଇରେ ଚୈତ୍ର ମେଳା ଦେଖିବାକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁ ଥିଲେ। ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପ୍ରଥମେ ପିଟି ହୋଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକେ ଭୟଙ୍କର ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଗାଡ଼ିରେ ଚାପି ହୋଇ ରହିଥିବା ଚାଳକଙ୍କୁ ବାହାର କରି ଆମ୍ବୁଲାନ୍ସ ଯୋଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button