ରାଜନୀତିରାଜ୍ୟ

ବେଆଇନ କାର୍ଯ୍ୟ କୁ ପ୍ରଶୟ ନ ଦେବାରୁ MBK ଙ୍କ ନାମରେ ମିଥ୍ୟା ଅଭିଯୋଗ କରୁଛି ବିଜେଡି।

IBN ଓଡିଶା(ବ୍ୟୁରୋ):-ଯାଜପୁର:ଧର୍ମଶାଳା:-
ବିଭିନ୍ନ ପ୍ରକାର କର୍ମଚାରୀ ଙ୍କୁ ନିର୍ବାଚନ ପ୍ରଚାର ପ୍ରକ୍ରିୟା ରୁ ଦୂରରେ ରହିବାକୁ କଡା ତାଗିଦ କରିଥିବା ବେଳେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ଓଡିଶା ଜୀବିକା ମିଶନ ଅଧିନ ରେ ଥିବା କୁମାରୀ ଗ୍ରାମ ପଞ୍ଚାୟତ ର ଜଣେ କାର୍ଯ୍ୟରତ ଦକ୍ଷ ନଥିପତ୍ର ପରିଚାଳିକା (MBK) ଖୋଦ ଶାସକ ଦଳର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠି ର ପ୍ରରୋଚନାରେ ନିର୍ବାଚନ ପ୍ରଚାର କାର୍ଯ୍ୟ ରେ ନିଜକୁ ନିୟୋଜିତ ନକରିବାରୁ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଯାଜପୁର ଜିଲ୍ଲାପାଳ,ନିର୍ବାଚନ ଅଧିକାରୀ ଓ ଧର୍ମଶାଳା ବିଡ଼ିଓ ଙ୍କ ନିକଟରେ ହୋଇଛି ।ଏବଂ ଏଥି ନେଇ ଏମ୍ବିକେ ଜଣକ କାରଣ ଦର୍ଶାଅ ନୋଟିସ ରେ ଯଥେଷ୍ଟ ଯୁକ୍ତି ଯୁକ୍ତ କାରଣ ଥାଇ କାରଣ ଦର୍ଶାଅ ର ଉତ୍ତର ଦେଇଥିଲେ ମଧ୍ୟ କୁମାରୀ ଗ୍ରାମ ପଞ୍ଚାୟତର କିଛି ପ୍ରଭାବଶାଳୀ ଗୋଷ୍ଠି MBK ଙ୍କୁ ବିଭିନ୍ନ ଧମକ ଚମକ ଦିଆଯିବା ନେଇ ସାଧାରଣ ରେ ଘୋର ଉଦବେଗ ପ୍ରକାଶ ପାଇଛି।

ଖବର ରୁ ପ୍ରକାଶ ଯେ ଧର୍ମଶାଳା ବ୍ଲକ କୁମାରୀ ପଂଚାୟତର MBK ଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି ଉକ୍ତ ପଂଚାୟତ ର ଶାସକ ଦଳର କିଛି କୁଚକ୍ରି ଗୋଷ୍ଠି।ଚଳିତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଏନେଇ ଶାସକ ବିଜେଡି ସ୍ୱୟଂ ସହାୟିକା ଗୋଷ୍ଠି ଙ୍କୁ ନିଜ ଅକ୍ତିଆର ରେ ଆଣି ସେମାନଙ୍କୁ ଟଙ୍କା ଓ ଶାଢ଼ୀ ର ପ୍ରଲୋଭନ ଦେଖାଇ ଭୋଟ୍ ହାତେଇବା ପାଇଁ ଏକ ଅଭିନବ ଉପାୟ ତିଆରି କରିଛନ୍ତି।ଯାହାକୁ ନେଇ କୁମାରୀ ଗ୍ରାମ ପଞ୍ଚାୟତ ମହିଳା ମହାସଂଘ ୭୦ ଟି SHG ଗୋଷ୍ଠି କୁ ନେଇ କାମ କରୁଥିବା ବେଳେ ଏହାର ମୁଖ୍ୟ ଭାବେ ପଂଚାୟତ ର ଏମ୍ବିକେ ଝୁନୁବାଳା ଦାସ ଅଟନ୍ତି।କୁମାରୀ ପଂଚାୟତ ର ନିର୍ବାଚନ ଲଢ଼ୁଥିବା ବିଜେଡି ସମର୍ଥିତ ସରପଞ୍ଚ ପ୍ରାଥିନି କବିତା ବେହେରା ଙ୍କ ସ୍ୱାମୀ ଗତ କିଛିଦିନ ତଳେ ଉକ୍ତ ଏମ୍ବିକେ ଝୁନୁବାଳା ଦାସକୁ ଫୋନେ ଯୋଗେ କାକୁତି ମିନତୀ ହେବା ସହ ତାଙ୍କ ଘରକୁ ଆସି ସରପଞ୍ଚ ପ୍ରାଥିନି କବିତା ବେହେରା ଙ୍କୁ ନିର୍ବାଚନ ରେ ସାହାଯ୍ୟ ସହଯୋଗ କରିବା ପାଇଁ ଟଙ୍କା ର ପ୍ରଲୋଭନ ଦେଖାଇ ଥିଲେ।ଆଉରି ମଧ୍ୟ କୁମାରୀ ପଂଚାୟତ ର ବିଜେଡି ସଭାପତି ସଂଗ୍ରାମ କେଶରୀ ଜେନା ଏମ୍ବିକେ ଙ୍କୁ ନିଜ ଘରକୁ ଫୋନେ ଯୋଗେ ଡାକିବା ସହ ଫୋନ ରେ ଅନେକ ଧମକ ଦେବା ସହ ଗ୍ରୁପ ଙ୍କୁ ଚଳିତ ନିର୍ବାଚନ ରେ ହସ୍ତକ୍ଷେପ କରିବାପାଇଁ କହିଥିଲେ ବୋଲି ଝୁନୁବାଳା ଅଭିଯୋଗ କରିଛନ୍ତି।ଯାହାକୁ ନେଇ MBK ଜଣକ ନିଜେ ଜଣେ ପଂଚାୟତ ରେ ନିଯୁକ୍ତି ପାଇଥିବାରୁ ନିର୍ବାଚନ ରେ ହସ୍ତକ୍ଷେପ ନକରିବା ପାଇଁ ସିଧାସିଧା ମନା କରିଦେଇଥିଲେ।

ହେଲେ କଥା ସେତିକି ରେ ସରି ନଥିଲା ବାରମ୍ବାର SHG ଗ୍ରୁପ କୁ ନିଜ ଅକ୍ତିଆର କୁ ନେବା ପାଇଁ ବିଫଳ ହେବା ପରେ ଧର୍ମଶାଳା ବିଜେଡି ଦଳର ବ୍ଲକ ସାଧାରଣ ସମ୍ପାଦିକା ସୁଜାତା ସାହୁ କୁମାରୀ ପଂଚାୟତ ର ୯ନମ୍ବର ୱାର୍ଡ କୁ ଯାଇ ସେଠାରେ କିଛି ଗ୍ରୁପ କୁ ଏକାଠି କରି ଗ୍ରୁପ ର ବ୍ୟକ୍ତିଗତ ନଥି ପତ୍ର କୁ ସଂଗ୍ରହ କରୁଥିଲେ ।ଯାହାକୁ ଏମ୍ବିକେ ଝୁନୁବାଳା ଦାସ ଜାଣିପାରି ବାବା ଅଭୟ ନୃସିଂହ ସ୍ୱୟଂ ସହାୟିକା ଗୋଷ୍ଠି ର ସଭାନେତ୍ରୀ ବନ ସ୍ମିତା ମହାନ୍ତି ଙ୍କୁ ଫୋନେ କରିଥିଲେ।ହେଲେ ବନ ସ୍ମିତା ଙ୍କ ଫୋନ ଟିକୁ ବିଜେଡି ସାଧାରଣ ସମ୍ପାଦିକା ସୁଜାତା ସାହୁ ଛଡାଇ ନେଇ ଏମ୍ବିକେ ଙ୍କ ସହ ଯୁକ୍ତିତର୍କ କରିଥିଲେ।ଏମିତିକି ଏମ୍ବିକେ ଜଣକ ଗ୍ରୁପ ର ତଥ୍ୟ ନ ଦେବା କୁ ସିଧା ସିଧା ମନା କରୁଥିବା ବେଳେ ଉକ୍ତ ମହିଳା ଜଣକ ଝୁନୁ ବାଳ ଙ୍କୁ କହିଥିଲେ ଯେ, ଆମକୁ ବ୍ଲକ ଚେୟାରମ୍ୟାନ ପଠାଇ ଛନ୍ତି ଆମେ ଗ୍ରୁପ ର ସମସ୍ତ ତଥ୍ୟ ଏଠାରୁ ନେଇକି ଯିବୁ।ତାହାଲେ ଏଠି ପ୍ରଶ୍ନ ଉଠୁଛି, ଚଳିତ ନିର୍ବାଚନ ସରିନଥିବା ବେଳେ କିପରି ଧର୍ମଶାଳା ବ୍ଲକ ରେ ଚେୟାରମ୍ୟାନ ନିଯୁକ୍ତି ପାଇଲେ ? ଯାହାକୁ ନେଇ ଝୁନୁ ବାଳା ଙ୍କ ସନ୍ଦେହ ଆଉରି ସୁଜାତା ଙ୍କ ଉପରେ ବଢି ଯାଇଥିଲା।ଆଉ ପରେ ପରେ ଝୁନୁ ବାଳା କହିଥିଲେ ଯେ ଉପରିସ୍ଥ ଅଧିକାରୀ ଙ୍କ ବିନା ଅନୁମତି ରେ ଆମ ଗ୍ରୁପ ର ମହିଳା ଙ୍କ ଠାରୁ ଆପଣ କୌଣସି ବି ତଥ୍ୟ ନେଇ ପାରିବେନି।ତା ପରେ ଏହି ଯୁକ୍ତିଯୁକ୍ତ କୁ ନେଇ ଉକ୍ତ ମହିଳା ସୁଜାତା ସାହୁ ସେଠାରୁ ପଳାଇଥିଲେ।ଏହାକୁ କେନ୍ଦ୍ର କରି ପଂଚାୟତ ବିଜେଡି ସଭାପତି ସଂଗ୍ରାମ କେଶରୀ ଜେନା,ପ୍ରସନ୍ନ ବରାଳ,କଳ୍ପତରୁ ସାହୁ,ବିଜୟ ବରାଳ,ରଶ୍ମି ରଂଜନ ରାୟ, ନିର୍ମଳ ସାହୁ ଓ ବ୍ଲକ ସାଧାରଣ ସମ୍ପାଦିକା ୧୩ ନମ୍ବର ଜୋନ୍ ର ସୁଜାତା ସାହୁ ଧର୍ମଶାଳା ବିଡ଼ିଓ ଙ୍କ ନିକଟରେ ମିଥ୍ୟା ଅଭିଯୋଗ କରିଥିଲେ ଯେ କୁଆଡେ ଝୁନୁ ବାଳା ଦାସ ନିଜର ଭଉଣୀ ଛିଡା ହୋଇଥିବା ୱାର୍ଡ ସଭ୍ୟା ଙ୍କୁ ଚଳିତ ନିର୍ବାଚନ ରେ ସାହାଯ୍ୟ ସହଯୋଗ କରୁଛନ୍ତି। ଆଉ ଯାହାକୁ ନେଇ ବିଡ଼ିଓ ଉକ୍ତ ଘଟଣା ର ସତ୍ୟ ତା କୁ ଅନୁସନ୍ଧାନ ନକରି ଏମ୍ବିକେ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିଥିଲେ।ଆଉ ଯାହାର ପ୍ରତି ଉତର ରେ ଏସବୁ ତଥ୍ୟ ମିଥ୍ୟା ଓ ଭିର୍ତିହୀନ ବୋଲି ସିଧା ସିଧା ଏମ୍ବିକେ ଝୁନୁ ବାଳା ଲିଖିତ ଦେଇଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାରୀ ସଶକ୍ତିକରଣ ପାଇଁ ଅନେକ ଯୋଜନା କରୁଥିବା ବେଳେ ଗୋଟେ ପଟେ ନାରୀ ମାନଙ୍କୁ ମା ର ସଂମାନ ଦେଉଛନ୍ତି।ହେଲେ ଧର୍ମଶାଳା ବ୍ଲକ ର କୁମାରୀ ପଂଚାୟତ ରେ ଜଣେ କାର୍ଯ୍ୟରତ ମହିଳା ଏମ୍ବିକେ ଙ୍କୁ ଶାସକ ଦଳର କିଛି କୁଚକ୍ରି ଗୋଷ୍ଠି ଟାର୍ଗେଟ କରି ମାନସିକ ନିର୍ଯ୍ୟାତନା ଦେବା ଯାହା ଅନେକ ବୁଦ୍ଧି ଯିବି ଦୃଢ଼ ନିନ୍ଦା କରିଛନ୍ତି।ବାରମ୍ବାର ଏମ୍ବିକେ ଙ୍କୁ ଟଙ୍କା ଓ ଗ୍ରୁପ କୁ ଅକ୍ତିଆର କରିବା ସହ ଶାସକ ଦଳ ରୁ ଟିକେଟ ପାଇଥିବା ସରପଞ୍ଚ ଙ୍କ ସପକ୍ଷରେ ପ୍ରଚାର ପ୍ରସାର କରିବାକୁ ବିଭିନ୍ନ ଚାପ ସହ ଅନେକ ପ୍ରଲୋଭନ ଦେଖାଇ ସେଥିରୁ ବିଫଳ ହେବାରୁ ବାଧ୍ୟ ହୋଇ ଏପରି କରି ଉକ୍ତ ମହିଳା ଙ୍କୁ ବଦନାମ କରିବାକୁ ଲାଗିପଡିଛନ୍ତି ବୋଲି ଏମ୍ବିକେ ଜଣକ ପ୍ରେସ ବିବୃତି ରେ ଦର୍ଶାଇ ଛନ୍ତି।

ଝୁନୁ ବାଳା ଙ୍କ ଭଉଣୀ ରେଣୁବାଳା ଦାସ ୱାର୍ଡ ସଭ୍ୟା ଭାବେ ପଂଚାୟତ ନିର୍ବାଚନରେ ସାମିଲ ହୋଇଛନ୍ତି, ଏହା ସତ ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ ହୋଇଥିବା ବଡ ଭଉଣୀ ମଧ୍ୟ ଜଣେ ପ୍ରତିଷ୍ଠିତ କଳାକାର, ସମାଜରେ ତାଙ୍କର ଯଥେଷ୍ଟ ସମ୍ମାନ ଅଛି I ହାରି ଯିବା ଭୟରେ କିଛି କୁଚକ୍ରୀ ଗୋଷ୍ଠୀଙ୍କ ଏହା ଏକ ମନଗଢା କାହାଣୀ ଆଉ ସମ୍ମାନହାନି ତଥା ବଦନାମ କରିବା ପାଇଁ ଏକ ଚାଲ ଅଟେ I ସମସ୍ତଙ୍କୁ ଭଲଭାବେ ଅବଗତ ଯେ, ଦକ୍ଷ ନଥିପତ୍ର ପରିଚାଳିକା ଶ୍ରୀମତି ଦାସ କୌଣସି ଲୋକଙ୍କୁ ମଧ୍ୟ ପ୍ରବର୍ତ୍ତାଉ ନାହାନ୍ତି କି କୌଣସି ପ୍ରଲୋଭନ ଦେଖାଇ ନାହାନ୍ତି ଅଥବା ନିବେଦନ ମଧ୍ୟ କରିନାହାନ୍ତି I ସରକାର ମହିଳା ସଶକ୍ତିକରଣ ପାଇଁ ବହୁ ଯୋଜନା କରୁଥିବା ବେଳେ ଏଭଳି କିଛି ଅସାମାଜିକ ବ୍ୟକ୍ତି ବିଶେଷ ମହିଳାଙ୍କୁ ଅସମ୍ମାନ ଏବଂ ହଇରାଣ କରୁଥବା ଲୋକଙ୍କୁ କାହିଁକି ଶାସକ ଦଳ ନିଜ କୋଳରେ ବସେଇଛି ଯାହାକୁ ନେଇ ପଂଚାୟତ ର ମହିଳା କିଛି ଘୋର ନିନ୍ଦା କରିଛନ୍ତି।

ଗରିବ ଓ ନିଷ୍ପେସିତଙ୍କ ପାଇଁ ଉଦାହରଣ ଝୁନୁବାଳା, କେବଳ କୁମାରୀ କି ଧର୍ମଶାଳା ବ୍ଲକର ନୁହେଁ ସେ ଓଡ଼ିଶାର ସର୍ବଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିକା ଅଟେ I ଦକ୍ଷ ନଥିପତ୍ର ପରିଚାଳିକା ବହୁ କର୍ମଚାରୀଙ୍କ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି, ସରକାରଙ୍କଠୁଁ ଦୀର୍ଘ ଦିନର ଦରମା ମଧ୍ୟ ନେଇ ନାହାନ୍ତି I ସେ ଜଣେ ଆଗଧାଡିର କର୍ତ୍ତବ୍ୟନିଷ୍ଠ, ସଚୋଟ ସମାଜ ସେବୀ ରୂପେ ବହୁବାର ସମ୍ମାନିତ ହୋଇସାରିଛନ୍ତି Iଏଭଳି ଜଣେ ପ୍ରତିଭାଧାରୀ ଦକ୍ଷ ନଥିପତ୍ର ପରିଚାଳିକା ଆଜିର ଦିନରେ ନିଆରା I

ଝୁନୁବାଳା ଦାସଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ତୁରନ୍ତ ପ୍ରତ୍ୟାହାର ସହ ମିଥ୍ୟା ଅଭିଯୋଗକାରୀଙ୍କୁ ତୁରନ୍ତ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ସାଧାରଣ ରେ ମତ ପ୍ରକାଶ ପାଇଛି। କାରଣ ଏଭଳି ଅଭିଯୋଗ ଯୋଗୁଁ ଝୁନୁ ବାଳା ଙ୍କର ମାନ ସଂମାନ ନଷ୍ଟ ହୋଇଥିବା ବେଳେ ଅତିଶୀଘ୍ର ସେ ମାନ୍ୟବର କୋର୍ଟ ଙ୍କ ନିକଟରେ ମାନ ହାନି ଫାଇଲ କରିବା ପାଇଁ ଗଣ ମାଧ୍ୟମ କୁ ଜଣାଇ ଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button