ରାଜ୍ୟ
ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଜଳି ପୋଡି ପାଉଁଶ ହୋଇଗଲା ଟଙ୍କା ଓ ସୁନା ଗହଣା – Ibnodisha
[ad_1]
ଗୋପ: ପୁରୀ ଜିଲ୍ଲା ଗୋପ ଥାନା ଚେଙ୍ଗେଇଲ ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ଜଳି ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ଓ ସୁନା ଗହଣା। ବିଳମ୍ବିତ ରାତିରେ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗିଯାଇଥିଲା। ପ୍ରମୋଦ ମଲ୍ଲିକଙ୍କ ଘର ଭିତରେ ଥିବା ୨ଟି ବାଇକ୍, ୫ଟି ସାଇକେଲ ସହିତ ସବୁ ସାମଗ୍ରୀ ପୋଡ଼ିଯାଇଛି।
ନିଆଁକୁ ଆୟତ୍ତ କରିବାକୁ ଯାଇ ପ୍ରମୋଦ ମଲ୍ଲିକଙ୍କ ସମେତ ଅନ୍ୟ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପ୍ରମୋଦଙ୍କ ୬ ଝିଅ ଅଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ବିବାହ କରିନାହାନ୍ତି। ଝିଅର ବାହାଘର ପାଇଁ ପ୍ରମୋଦ ନଗଦ ୫ ଲକ୍ଷ ଟଙ୍କା ଓ ସୁନା ଗହଣା ରଖିଥିଲେ। ଏବେ ନିଆଁରେ ସବୁ ପୋଡ଼ି ଯିବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି।
[ad_2]