ରାଜ୍ୟ

ଅପରେସନରେ ପେଟରୁ ବାହାରିଲା ୧୨ କେଜିର ଟ୍ୟୁମର – Ibnodisha

[ad_1]

ମୟୁରଭଞ୍ଜ : ଦୀର୍ଘ  ୮ ଘଣ୍ଟା ପରେ  ଅପରେସନ ସଫଳ ହେଲା । ଅପରେସନରେ ପେଟରୁ ବାହାରିଲା ୧୨ କେଜିର ଟ୍ୟୁମର । ଟ୍ୟୁମର ଅପରେସନରେ ଡାକ୍ତରଙ୍କୁ ମିଳିଛି ସଫଳତା । ଅପରେସନ ପରେ ଯୁବତୀଙ୍କ ପେଟରୁ ୧୨ କେଜି ର ଟ୍ୟୁମର ବାହାରିଛି । ମୟୁରଭଞ୍ଜ ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ୨୫ ବର୍ଷୀୟ ଯୁବତୀଙ୍କ ପେଟରୁ ଏପରି ଟ୍ୟୁମର ବାହାରିଛି । ଯୁବତୀ ଜଣକ ଅନେକ ମାସ ଧରି ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ । ସେହି ଯନ୍ତ୍ରଣାର ଧୀରେ ଧୀରେ ଅଧିକ ବଢ଼ିବାରୁ ଡାକ୍ତଙ୍କ ପାଖରେ ଚିକିତ୍ସା କରାଇଥିଲେ । ଡାକ୍ତରଙ୍କ ପରାମର୍ଶ ଦ୍ୱାରା ଔଷଧ ଖାଇବା ପର ମଧ୍ୟ ଯନ୍ତ୍ରଣା କମିନଥିଲା । ଅତ୍ୟଧିକ ଯନ୍ତ୍ରଣା ପରେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ତେବେ ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇ ସିଟି ସ୍କାନ ମଧ୍ୟ କରାଯିବାରୁ ଜଣାପଡ଼ିଥିଲା କି ପେଟରେ ଏକ ବିରାଟକାୟ ଟ୍ୟୁମର ରହିଛି । ଏହାର ଚିକିତ୍ସା କରିବା ଡାକ୍ତରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିଲା । ଅସ୍ତ୍ରୋପଚାର ପୂର୍ବରୁ ଏକ ଟିମ୍ ଗଠନ କରାଯାଇଥିଲା । ଯାହାକୁ ନେଇ ସଫଳତା ସହ କିଭଳି ଭାବରେ ଅସ୍ତ୍ରୋପଚାର କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଅପରେସନରେ ପେଟ ମଧ୍ୟରେ ଥିବା ଅନ୍ତଃନଳୀର କିଛି ଯେପରି ଅସୁବିଧା ନହୁଏ ଏବଂ ଅନ୍ୟ ଅଙ୍ଗକୁ ଯେଭଳି ଭାବରେ କୌଣସି ଅସୁବିଧା ନହୁଏ ସେନେଇ ମଧ୍ୟ ସମସ୍ତ ପ୍ରସ୍ତୁତି ହୋଇଥିଲା। ଅପରେସନ ସଫଳ ହେବ ପରେ  ଯୁବତୀଙ୍କ ପେଟରୁ ୧୨ କେଜିର ଟ୍ୟୁମର ବାହାରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button